ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:04-11-2023ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଭୋଟର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । 27 ଅକ୍ଟୋବରରୁ ଆରମ୍ଭ ହୋଇଥିବା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ବର 09ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ନୂତନ ଭୋଟର ପଞ୍ଜୀକରଣ, ସଂଶୋଧନ, ବୁଥ ପରିବର୍ତ୍ତନ, ଠିକଣା ପରିବର୍ତ୍ତନ ଆଦି କାର୍ଯ୍ୟ କରାଯିବ । ନଭେମ୍ବର 05,11,19 ଓ 25 ତାରିଖକୁ ସ୍ୱତନ୍ତ୍ର ସହାୟତା ଭାବେ ଘୋଷଣା କରାଯାଇଛି । ଏହି ଦିନ ମାନଙ୍କରେ ବୁଥ ଲେବୁଲ ଅଧିକାରୀ ନିଜ ନିଜ ବୁଥରେ ଉପସ୍ଥିତ ରହି ସମସ୍ତ ଆପତ୍ତି, ଅଭିଯୋଗ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ଜନସାଧାରଣଙ୍କ ସଚେତନ ନିମନ୍ତେ ଆଜି ଏକ ରଥ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ବାହାରି 138-ଗୁଣପୁର ଓ 139-ବିଷମ କଟକ ନିର୍ବାଚନ ମଣ୍ଡଳୀର ପ୍ରତି ଗ୍ରାମକୁ ଯାଇ ସଚେତନ କରିବ । ଦୁଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ମଧ୍ୟ ସଚେତନ ବାର୍ତ୍ତା ପ୍ରଚାର କରାଯିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସମେତ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ସେକ୍ସନ ଅଧିକାରୀ ମନୋରଂଜନୀ କାର୍ଜି, ରାମଚନ୍ଦ୍ର ସାହୁ, ବରିଷ୍ଠ ସହାୟକ ଅଜୟ ନାହାକ, ମନୋଜ ପାତ୍ର, ରାଧା ସେଠି, ପୌର କାର୍ଯ୍ୟାଳୟର ତାପସ ପଟନାୟକ, ରଶ୍ମି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ଉପ ବିଭାଗର ସୁଶାନ୍ତ ଦାସ, ଅନନ୍ତ ବିଡିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।








