ହେଡଲାଇନସ୍:

ପଡ଼ିରହିଲା ଶବ, ୨୨ ଘଣ୍ଟା ପରେ ବ୍ୟବଛେଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଇଘର ବ୍ଲକ. ପୁଷ୍ପାରାଣୀ :.ଆଦିବାସୀ ବୋଲି ଆମକୁ କିଏ ଗୁରୁତ୍ବ ଦେଉ ନାହାନ୍ତି l ସକାଳେ ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତର ବାବୁ କହିବା ପରେ ଆମେ ରାତି ସାରା ମେଡିକାଲ୍ ରେ ବସି ରହିଥିଲୁ l କିନ୍ତୁ ସକାଳେ କେହି ଜଣେ ବି ପୁଲିସ ବାବୁ ଆସିଲେ ନାହିଁ l ରାତି ଅନିଦ୍ରା , ଅଖିଆ ଅପିଆ ହୋଇ ଦିନ ତମାମ ପ୍ରାୟ ୨୨ ଘଣ୍ଟା ଶବକୁ ଧରି ମେଡିକାଲ୍ ରେ ପଡ଼ି ରହିଛୁ l ଡାକ୍ତରଙ୍କୁ ପଚାରିଲେ ସେ ପୁଲିସ ଆସିଲେ ହିଁ ପିଏମ ହେବ ବୋଲି କହୁଛନ୍ତି l ଏଭଳି କିଛି ଦୁଃଖ ଭରା କଣ୍ଠରେ ମୃତ ରାମଲାଲ ଗଣ୍ଡଙ୍କ ପରିବାର ଲୋକେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି | ଗତକାଲି ଅପରାହ୍ନରେ ରାମଲାଲ କୌଣସି କାରଣରୁ ବିଷ ପିଇ ଗୁରୁତର ଅବସ୍ଥାରେ ରାଇଘର ମେଡିକଲକୁ ଆସିଥିଲେ l ମେଡିକାଲ୍ କୁ ଆସିବା ବେଳକୁ ହିଁ ତାଂକର ମୃତ୍ୟୁ ଘଟି ସାରିଥିଲା l ସ୍ଥାନୀୟ ମେଡିକଲର କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ରାଇଘର ପୁଲିସକୁ ଖବର ଦେଇଥିଲେ | କିନ୍ତୁ ଦୀର୍ଘ ୨୨ ଘଣ୍ଟା ପରେ ଶବ ନିକଟରେ ପୁଲିସ ପହଞ୍ଚି ବ୍ୟବଚ୍ଛେଦ ପାଇଁ ପାଠାଇବା ଘଟଣାରେ ପରିବାର ଲୋକେ ଅତିଷ୍ଠ ହୋଇଥିଲେ | ସୂଚନା ଅନୁଯାୟୀ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କୁରାବେଡ଼ା ପଂଚାୟତର ସୋନପୁର (ଆଦିବାସୀ)ଗ୍ରାମର ରାମଲାଲ ଗଣ୍ଡ (୬୦) ଘରେ କେହି ନଥିବା ସମୟରେ କୀଟନାଶକ ପିଇ ଦେଇଥିଲେ | କିଛି ଘଣ୍ଟା ପରେ ପରିବାର ଲୋକେ ଘରକୁ ଫେରି ଦେଖିବା ବେଳକୁ ରାମଲାଲ ଛଟପଟ ହେଉଥିଲେ l ତୁରନ୍ତ ରାମଲାଲଙ୍କୁ ରାଇଘର ମେଡିକଲକୁ ନେଇ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରିବାର ଲୋକେ ରାମଲାଲଙ୍କ ମୃତଦେହକୁ ନେଇ ଯିବାକୁ ଅନୁମତି ମାଗିଥିଲେ ମଧ୍ୟ ପୁଲିସ ପକ୍ଷରୁ ମାମଲା ଋଜ୍ଜୁ ହେବା ସହ ଶବବ୍ୟବଚ୍ଛେଦ ପରେ ହିଁ ନେଇ ପାରିବ ବୋଲି ଡାକ୍ତର କହିଥିଲେ l ଅପରପକ୍ଷରେ ପୁଲିସକୁ ସୂଚନା ଦେବାପରେ ମଧ୍ୟ ମେଡିକାଲ୍ କୁ ଆସି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ବାରମ୍ବାର ପୁଲିସ କୁ କହିବା ପରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରିଥିଲା l

0
0
0
s2sdefault