ହେଡଲାଇନସ୍:

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ ୧୭ତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କେନ୍ଦୁଝର ଜିଲ୍ଲାର ୨୧ଟି ବିଦ୍ୟାଳୟର ୪୮୮୨ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ

  • ଡିସେମ୍ବର ୧୩ ରେ ଚୁଡାନ୍ତ ଫଳାଫଳ

ଯୋଡ଼ା, (ପାର୍ଥ ସାରଥୀ ଷଡ଼ଙ୍ଗୀ) ନଭେମ୍ବର ୪, ୨୦୨୩: ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌, ଭୁବନେଶ୍ୱର ସହଭାଗିତାରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ର ୧୭ତମ ସଂସ୍କରଣ ଯୋଡା ଠାରେ ଆୟୋଜିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ, ମହାଜାଗତିକ ପଦାର୍ଥ ବିଜ୍ଞାନ କ୍ଷେତ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାପାଇଁ ଏକ ମଂଚ ପ୍ରଦାନ କରିଛି । ଓଡ଼ିଆ ଜ୍ୟୋର୍ତିବିଜ୍ଞାନୀ କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଉତ୍ସଗ୍ରୀକୃତ ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାର ସର୍ବମୋଟ ୨୧ଟି ବିଦ୍ୟାଳୟର ୪୮୮୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ଯୋଡ଼ା ଏବଂ ଆଖପାଖ ଅଂଚଳର ଅଂଶଗ୍ରହଣ କରିଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକ ହେଉଛି ଟାଟା ଡିଏଭି ପବ୍ଲିକ ସ୍କୁଲ, ଯୋଡା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯୋଡା, କେରଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚମ୍ପୁଆ, ଓଏଭିଏସ ଝୁମ୍ପୁରା, କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡି ଏନ୍ ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଇତ୍ୟାଦି ।

ଚଳିତ ବର୍ଷ ୟାଟ୍‌ସର ବିଷୟବସ୍ତୁ ରହିଛି “ଚନ୍ଦ୍ରର ଆଧାର-ମହାକାଶ ପାଇଁ ଭବିଷ୍ୟତର ଲଂଚ୍‌ପ୍ୟାଡ୍‌’ I ଏଥି ପାଇଁ ଦୁଇଟି ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ କିମ୍ବା ୟାଟ୍‌ସର ୱେବସାଇଟ୍ ଜରିଆରେ ଅନଲାଇନ୍‌ରେ ପରୀକ୍ଷାରେ ଭାଗ ନେଇଥିଲେ ।

ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଏବଂ ଅନଲାଇନରେ ଏମ୍‌ସିକ୍ୟୁ (ଏକାଧିକ ବିକଳ୍ପ ପ୍ରଶ୍ନ) ମୂଲ୍ୟାୟନ ପରୀକ୍ଷା ଆୟୋଜିତ ହୋଇଥିଲା I

ଯେଉଁମାନେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବେ ସେମାନଙ୍କୁ ଡିସେମ୍ବର ୧୩, ୨୦୨୩ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ପୁରସ୍କାର ବିତରଣୀ ଉତ୍ସବକୁ ନିମନ୍ତ୍ରଣ କରାଯିବ । ସେହିଦିନଟି ହେଉଛି ପଠାଣି ସାମନ୍ତ ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜନ୍ମଜୟନ୍ତୀ ।
ଓଡ଼ିଶାର ପ୍ରତି ଜିଲ୍ଲାରୁ ଅଂଶଗ୍ରହଣକାରୀ ଚୟନ କରି ୨୦୨୩ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ପାଇଁ ଆମନ୍ତ୍ରଣ କରାଯିବ । ସେହିଦିନ ଆଉ ଏକ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀମାନଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ।

ଗତ ୧୬ ବର୍ଷ ଧରି ମହାକାଶ ବିଜ୍ଞାନର ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ୱେଷଣ କରିବା ଲାଗି ଯୁବବର୍ଗଙ୍କୁ ୟାଟ୍‌ସ ଅନୁପ୍ରାଣିତ କରୁଛି । ୟାଟ୍‌ସର ୧୬ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ୨୦୨୩ ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନାର ସୁଯୋଗ ପାଇଥିଲେ ।

0
0
0
s2sdefault