ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ୍ ରେ ଗୋବରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ତାଲିମ୍ ଶିବିର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ଗୋବରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ ଏକ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ମୁଖ୍ୟ ଅତିଥି ରୂପେ ଆମ୍ବପୁଆ ସରପଞ୍ଚ ନଳିନୀ ବେହେରା ଯୋଗ ଦେଇ ତାଲିମ୍ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ I ଏଥିରେ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରରୁ ବିଜୟ କୃଷ୍ଣ ସେଠୀ ଯୋଗ ଦେଇ ଗୋବରରୁ ବିଭିନ୍ନ ସୁନ୍ଦର ଏବଂ ଦୀର୍ଘସ୍ଥାୟୀ ସାମଗ୍ରୀ ପ୍ରସ୍ତୁତ କରିବା ସମ୍ପର୍କରେ ପଚାଶ ଜଣ ମହିଳାଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହି ଅବସରରେ ଗୋବରରୁ କଣ୍ଢେଇ, ଧୂପକାଠି, ଜାଳେଣୀ, ଦୀପାଳି ଆଦି ପ୍ରସ୍ତୁତ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ବଳରାମ ମହାରଣା ସଂଯୋଜନା କରିଥିବା ବେଳେ ଭଗବାନ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ନୃସିଂହ ମହାରଣା ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ତାଲିମ୍ କାର୍ଯ୍ୟକ୍ରମରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମହିଳାଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ବଳରାମ ମହାରଣା ପ୍ରକାଶ କରିଥିଲେ I ବର୍ତ୍ତମାନ ରାଜ୍ୟ ସରକାର ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଥିବା ବେଳେ ଅପାଠୁଆ ମହିଳା ମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ତାଲିମ୍ ର ବ୍ୟବସ୍ଥା କରୁଥିବା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I ଆଜି ମହିଳା ମାନେ ତାଲିମ୍ ପାଇଁ ଉତ୍ସାହିତ ଥିବା ବେଳେ ଆଗାମୀ ଦିନରେ ସେମାନଙ୍କର ହାତ ତିଆରି ସାମଗ୍ରୀର ବିକ୍ରି ପାଇଁ ବିଭିନ୍ନ ମେଳା ମହୋତ୍ସବରେ ସରକାରଙ୍କ ତରଫରୁ ଷ୍ଟଲ୍ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ବଳରାମ ମହାରଣା ପ୍ରକାଶ କରିଥିଲେ I

 

0
0
0
s2sdefault