ହେଡଲାଇନସ୍:

ଭଞ୍ଜନଗର ବି.ଜେ.ଡି ର ଜନସମ୍ପର୍କ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୨୬ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ 'ଜନ ସମ୍ପର୍କ ପଦଯାତ୍ରା' ଅନୁଷ୍ଠିତ ହେବ।

ଏହି ପରିପ୍ରେକ୍ଷୀ ରେ ତୃତୀୟ ପର୍ଯ୍ୟାୟ ରେ ଭଞ୍ଜନଗର ବିଜୁ ଜନତା ଦଳ ତରଫରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାପଡା ଗ୍ରାମପଂଚାୟତ ର ଗୋଲାପଡା ଠାରେ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ,ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହି ଜନସମ୍ପର୍କ ପଦଯାତ୍ରା ଗୋଲାପଡା ଗ୍ରାମପଂଚାୟତ ର ଗୋଲାପଡା,ଆଗୁଳପଡା, ଗୋପୀନାଥପୁର, ନାରାୟଣ ପାଟଣା ସାହି,ନାରାୟଣ ସାହି ପ୍ରଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଏହି ପଦଯାତ୍ରା ରେ ଓଡିଶା ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ତଥା ବିଭିନ୍ନ ଜନହିତକାରୀ ଯୋଜନା ଏବଂ ଭଞ୍ଜନଗର ର  ବିଧାୟକ ତଥା ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଓ ଜନତାଙ୍କ ସହ ଯୋଡି ହୋଇ ରହବା ସହ ଜନତାଙ୍କ ଅଭାବ ଅସୁବିଧା ପୂରଣ କରିବା ଏହି ପଦଯାତ୍ରାର ପ୍ରମୁଖ ଉଦେଶ୍ୟ ରହିଛି । ଏହି ପଦଯାତ୍ରା ସମୟ ରେ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳବା ବିଜୁ ଜନତା ଦଳ ଓ ଭଞ୍ଜନଗର ର ବିଧାୟକ ତଥା ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଦୃଢ ନେତୃତ୍ୱ ଓ ଲୋକପ୍ରିୟତା ପ୍ରମାଣ ଦେଉଛି ।

0
0
0
s2sdefault