ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) :( ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ "ଆମ ଓଡିଶା ନବୀନ ଓଡିଶା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଗାଁ ଠାରୁ ସହର ପର୍ଯ୍ୟନ୍ତ ବିକାଶ ପାଇଁ ନୂଆ ଚିନ୍ତାଧାରାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି। ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର ବିକାଶ ଧାରା ପାଇଁ ଜିଲ୍ଲା ର ୧୦ ଗୋଟି ବ୍ଲକ ର ବିଭିନ୍ନ ପ୍ରକଳ୍ପ ପାଇଁ ୯୪ କୋଟି ୫୦ ଲକ୍ଷ ଟଙ୍କାର ମଞ୍ଜୁରୀ ଘୋଷଣା କରିଛନ୍ତି। ଏହି କ୍ରମରେ ଡାବୁଗାଁ ବ୍ଲକ ର ୧୨ ଗୋଟି ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ପ୍ରତି ପଞ୍ଚାୟତ ପିଛା ୫୦ ଲକ୍ଷ ଲେଖାଏ ୬ କୋଟି ଖର୍ଚ୍ଚ ରଖା ଯାଇଥିବା ବେଳେ ଏଥିପାଇଁ ୨୨୩ ଟି ପ୍ରକଳ୍ପ ର ମଞ୍ଜୁରୀ କରିଛନ୍ତି। ଏଥି ସହ ବ୍ଲକ ର ଉମୁରାହାଣ୍ଡି ସେତୁ ପାଇଁ ୮ କୋଟି, ବୋରିପଦର କେରଣ୍ଡି ସେତୁ ପାଇଁ ୫ କୋଟି ୩୨ ଲକ୍ଷ, ମୁଣ୍ଡିଗୁଡ଼ା କୁରୁପା ନିକଟ ନୁଆଗୁଡା ସେତୁ ପାଇଁ ୫ କୋଟି ୫୦ ଲକ୍ଷ, ଜବାଗୁଡ଼ା ଦରଗୁଲା ସେତୁ ପାଇଁ ୫ କୋଟି ୨୩ ଲକ୍ଷ ତଥା ପାରିଆ ବେଡା ଆଟିଗାଁ ସେତୁ ନିର୍ମାଣ ପାଇଁ ୧୬ କୋଟି ମଞ୍ଜୁର ହୋଇଥିବା ଘୋଷଣା ହୋଇଛି। ଡାବୁଗାଁ ର ବିକାଶ ପାଇଁ ବୃହତ୍ ପାନୀୟଜଳ ପ୍ରକଳ୍ପ ,ଭୈରବ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉନ୍ନତି ପାଇଁ ୫ ଟି ରେ ୭୫ ଲକ୍ଷ , ଡିଗ୍ରୀ ମହାବିଦ୍ୟାଳୟ ର ଉନ୍ନତି ପାଇଁ ୫୦ ଲକ୍ଷ , କେଲିଆ ଶୈବ ପୀଠ ର ଉନ୍ନତି ପାଇଁ ୫୦ ଲକ୍ଷ ତଥା ବିଭିନ୍ନ ରାସ୍ତାଘାଟ, ମନ୍ଦିର ଓ ସଂସ୍କୃତି ର ସୁରକ୍ଷା ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରି ପ୍ରକାଶ କରିଥିଲେ।
ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ସାମୁହିକ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ର ମଞ୍ଜୁରୀ ଦେଇଥିବାରୁ ଭିସି ମାଧ୍ୟମରେ ବିଧାୟକ ମନୋହର ରନ୍ଧାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଦେଇଥିଲେ। ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ଡାବୁଗାଁ ବ୍ଲକ ର ବିକାଶ ପାଇଁ ୬ କୋଟି ଟଙ୍କା ମଞ୍ଜୁରୀ କରି ଥିବାରୁ ବ୍ଲକ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନୋଡାଲ ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଧନ ସିଂ ଭତରା, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, କୈଳାଶ ବିଶୋଇ, ଜିପିଇଓ ଏଡି ପ୍ରସାଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସମସ୍ତ ପିଇଓ, ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।








