ହେଡଲାଇନସ୍:

ସୋଲାର ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ ସମ୍ମାନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୩ ।୧୧: ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍‍ ଇଣ୍ଡିଆ (ଏସ୍‍ଇଏସ୍‍ଆଇ) ପକ୍ଷରୁ ସମ୍ମାନୀତ କରାଯାଇଛି। କିଟ୍‍ ଓ କିସ୍‍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କିଟ୍‍ ଓ କିସ୍‍କୁ ସମ୍ପୂର୍ଣ୍ଣ ସବୁଜ କ୍ୟାମ୍ପସରେ ପରିଣତ କରିବା ସହ ସୌରଶକ୍ତିକୁ ପ୍ରୋତ୍ସାହନ ଦେଇ ଆସୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍‍ ଇଣ୍ଡିଆର ସଭାପତି ପ୍ରଫୁଲ୍ଲ ପାଠକ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସମାଜସେବା ସହ ପରିବେଶ ସୁରକ୍ଷା ଦିଗରେ ସୌର ଶକ୍ତି ଓ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ସେମାନେ ଶ୍ରୀ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଶ୍ରୀ ସାମନ୍ତଙ୍କ ଅନବଦ୍ୟ ପ୍ରୟାସ ପ୍ରେରଣାଦାୟୀ ବୋଲି ସୋଲାର ବିଶ୍ୱ କଂଗ୍ରେସରେ ଏସ୍‍ଇଏସ୍‍ଆଇ ପକ୍ଷରୁ କୁହାଯାଇଛି। ସବୁଜ ପ୍ରୟାସ ସକାଶେ ଏହା ପୂର୍ବରୁ ୨୦୧୮ରେ ତେହେରାନ୍‍ଠାରେ ଏନର୍ଜୀ ଗ୍ଲୋବ୍‍ ଫାଉଣ୍ଡେସନ ପକ୍ଷରୁ କିସ୍‍କୁ ସମ୍ମାନଜନକ ଏନର୍ଜୀ ଗ୍ଲୋବ୍‍ ପୁରସ୍କାର ପ୍ରଦାନ କରାଯାଇଥିଲା। ଅର୍ନ୍ତଜାତୀୟ ସୋଲାର ଏନର୍ଜୀ ସୋସାଇଟି (ଆଇଏସ୍‍ଇଏସ୍‍) ପକ୍ଷରୁ ଅକ୍ଟୋବର ୩୦ରୁ ୬ ଦିନିଆ ଆଇଏସ୍‍ଇଏସ୍‍ ସୋଲାର ବିଶ୍ୱ କଂଗ୍ରେସ ଚାଲିଛି। ଏହି କଂଗ୍ରେସରେ ୫୦ରୁ ଊର୍ଦ୍ଧ୍ୱ ଦେଶରୁ ବହୁ ବୈଜ୍ଞାନିକ, ଗବେଷକ, ଇଂଜିନିୟର, ଆର୍କିଟେକ୍‍ଟ, ଶିଳ୍ପ ସଂସ୍ଥା ପ୍ରତିନିଧି ଆଦି ଯୋଗ ଦେଇଛନ୍ତି ।

0
0
0
s2sdefault