ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗୁଣପୁର ସହର। ପୂଜା ପାଇଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ଏବଂ ସନ୍ଧ୍ୟା ଆଳତି ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଆକର୍ଷଣୀୟ ରୂପେ ସଜା ଯାଇଥିବା ବେଳେ ବାହାର ରଙ୍ଗିନ୍ ଆଲୋକମାଳା ସାଙ୍ଗକୁ ସୁନ୍ଦର ଭାବେ ସଜାହୋଇଛି ମେଢ଼ ଶ୍ରଦ୍ଧାଳୁ ମାନଙ୍କୁ ବେଶ୍ ଆକୃଷ୍ଟ କରୁଛି। ପୂଜା ମଣ୍ଡପ ଗୁଡ଼ିକରେ ପୂଜକମାନେ ନିତିକ୍ରାନ୍ତି ଅନୁଯାଇ ପୂଜାପାଠ କରୁଛନ୍ତି। ସନ୍ଧ୍ୟାରେ ପୂଜା କମିଟି ତରଫରୁ ବିଭିନ୍ନ ପ୍ରକାର ସଂସ୍କୃତିକ କର୍ଯ୍ୟକର୍ମ ଚାଲୁରହିଥିବା ହେତୁ ଲୋକଙ୍କ ଭିଡ଼ ଜମିବାରେ ଲାଗିରହିଛି। ପ୍ରତ୍ୟେକ ଦିନ ପୂଜା କମିଟି ଦ୍ଵାରା ଲୋକଙ୍କ ପାଇଁ ପ୍ରାସାଦ ସେବନ ସହ ମିନା ବଜାରର ବ୍ୟବସ୍ଥା କରାଯାଇଛି।








