କନସିଂହା ରେ ଦେଶୀ ବିହନ ଓ ଖାଦ୍ୟମେଳା ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- କୃଷି ଓ ମାନବୀୟ ସ୍ୱାସ୍ଥ୍ୟ ତଥା ପରିବେଶ ଉପରେ ଜଳବାୟୁ ପରିବର୍ତନ ଏବଂ ରାସାୟନିକ କୃଷିର କ୍ଷତିଜନକ ପ୍ରଭାବର ମୁକାବିଲା ପାଇଁ ଦେଶୀ ବିହନରେ ଜୈବିକ କୃଷି ପଦ୍ଧତିକୁ ମାଧ୍ୟମ କରି ପୁଷ୍ଟିଯୁକ୍ତ ଫସଲର ପ୍ରଚାର ପ୍ରସାର, ଗୁଣାତ୍ମକ ଦେଶୀ ବିହନ ଉତ୍ପାଦନ ପାଇଁ ଆନ୍ତର୍ଜାତୀୟ ଗବେଷଣା, ପୁଷ୍ଟିଯୁକ୍ତ ସଶ୍ୟ ଓ ପନିପରିବା ପାଇଁ ସ୍ଵତନ୍ତ୍ର ବଜାର ପ୍ରତିଷ୍ଠାର ଉଦ୍ୟମ ନିମନ୍ତେ ଭିତ୍ତିଭୂମି ସେବା ସଂଗଠନ ଏବଂ ତ୍ରିରଙ୍ଗା ଯୁବକ ସଂଘ ଉଦ୍ୟମରେ ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ବଜାର ପ୍ରାଙ୍ଗଣରେ ଦେଶୀ ବିହନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ପଦ୍ମପୁର ଅଞ୍ଚଳର ୫୦୦ ମହିଳା ଓ ପୁରୁଷ ଜୈବିକ ଚାଷୀ ଆସି ନିଜର ଦେଶୀ ବିହନ ସହ ବିଭିନ୍ନ ପ୍ରକାର ଦେଶୀ ଖାଦ୍ୟମାନ ପ୍ରସ୍ତୁତ କରି ସମସ୍ତଙ୍କୁ ଦେଶୀ ଖାଦ୍ୟର ଉପକାରିତା ଓ ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା ସମସ୍ତ ଅତିଥିଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଦ୍ମପୁର ମାନ୍ୟବର ବିଧାୟିକା ବର୍ଷାସିଂ ବରିହା ଙ୍କ କର କମଳରେ ଆରମ୍ଭ ହୋଇଥିଲା । କାର୍ଯକ୍ରମ ଆରମ୍ଭରେ କର୍ପ୍ସ ଫର୍ ଏଚ୍ଡି ପ୍ରକଳ୍ପର ରିସର୍ଚ କୋ-ଅଡିନେଟର ବବଲୁ ବଗର୍ତ୍ତୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ମହାନ୍ତି ଆଜିର ଦିନରେ ଦେଶୀ ବିହନରେ ଜୈବିକ ଚାଷ ସହ ଦେଶୀ ଖାଦ୍ୟର ଗୁରୁତ୍ଵ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ସେ ବିଷୟରେ କହିଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଧାୟିକା ବର୍ଷାସିଂ ବରିହା, ମୁଖ୍ୟ ବକ୍ତା କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ନୃସିଂହ ଚରଣ ବାରିକ, ଜିଲ୍ଲା ପ୍ରକଳ୍ପ ପରିଚାଳକ ମିଲେଟ ମିଶନ ସବ୍ୟସାଚୀ ହନୁମାନ, ବିମଳ କୃଷକ ଉତ୍ପାଦକ ଦଳର ଡିରେକ୍ଟର, ଖାଦ୍ୟ ବିଶେଷଜ୍ଞ ଡ଼. ସୁମନ ଅଗ୍ରୱାଲ, ରାଜବୋଡା ସମ୍ବର କୃଷକ ସଂଗଠନରୁ ରମେଶ ମହାପାତ୍ର ଏବଂ ବାଞ୍ଛାନିଧି ନାଏକ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧକ୍ଷ ଏବଂ ତ୍ରିରଙ୍ଗା ଯୁବକ ସଙ୍ଘର ଶାଖା ପରିଚାଳକ ହୃଦାନନ୍ଦ ନାଏକ ଉପସ୍ଥିତ ରହି ଚାଷୀଙ୍କର ସ୍ଵାସ୍ଥ୍ୟ ଓ ପରିବେଶ ଦୃଷ୍ଟିରୁ ଜୈବିକ ଚାଷ ସହ ଖାଦ୍ୟକୁ କିପରି ଅଧିକ ଜୀବନରେ ବ୍ୟବହାର ହେଇ ପାରିବ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଜୈବିକ ଉପାୟରେ ଚାଷ କରୁଥିବା ତଥା ଦେଶୀ ଖାଦ୍ୟ ଉପରେ ସଚେତନ ହୋଇ ଦେସି ବିହନ ଓ ଖାଦ୍ୟକୁ ବଞ୍ଚାଇ ରଖିଛନ୍ତି ଏବଂ ତାହାକୁ ପ୍ରସ୍ତୁତ କରି ମେଳାରେ ପ୍ରଦର୍ଶନ କରାଇଥିବାରୁ ୯ଟି ଆଦର୍ଶ ଜୈବିକ ଚାଷୀ ଦଳକୁ ସନମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଇସେଡ ଇଣ୍ଡିଆ, କୃଷିବିଭାଗ ବରଗଡ଼ ଏବଂ ଓଡିଶା ମିଲେଟ ମିଶନର ମିଳିତ ସହଯୋଗରେ ସଫଳ କରାଯାଇଥିଲା ।
କାର୍ଯ୍ଯକ୍ରମରେ ପୁଲ କୋ-ଅଡିନେଟର କାହ୍ନୁ ମିଶ୍ର ପ୍ରକଳ୍ପର ସଂକ୍ଷିପ୍ତ ଦେଇଥିବା ବେଳେ ମିଲେଟ ମିଶନର ବ୍ଲକ କୋଡିନେଟର ତୁଲେଶ୍ୱର ବୈକାର ମିଶନ ଶକ୍ତିର ଅଗ୍ରଣୀ ଚାଷୀଙ୍କୁ ଅତିଥିଙ୍କ ହାତରେ ସମ୍ମାନିତ କରାଇଥିଲେ । କାର୍ଯ୍ୟକ୍ରମରେ ଏକ କୁନି ଝିଅ ତାର କୋମଳ ଅଙ୍ଗଭଙ୍ଗୀରେ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲା । କାର୍ଯ୍ୟକ୍ରମ ଶେଷରେ କାହ୍ନୁ ମିଶ୍ର ଧନ୍ୟବାଦ ଦେଇଥିଲେ ଓ ଭିତ୍ତିଭୂମି ର କ୍ଲଷ୍ଟର କୋ୍ଡିନେଟର ଶୁକଦେବ ସ୍ୱାଇଁଙ୍କ ସମେତ କ୍ରୋପ୍ସ ଫର ଏଚଡିର ସମସ୍ତ କର୍ମୀ, ପଦ୍ମପୁର ତ୍ରିରଙ୍ଗା ଯୁବକ ସଂଘ ର ସମସ୍ତ କର୍ମୀ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

0
0
0
s2sdefault