ଆମ୍ବେଦକର ଯୁବକ ସଂଘ ତରଫରୁ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଫଟାମୁଣ୍ଡା ସ୍ଥିତ ଆମ୍ବଦକର ଯୁବକ ସଂଘ ତରଫରୁ ୧୧ତମ ନୂଆଁଖାଇ ଭେଟଘାଟ୍ ଉତ୍ସହ ଉଦ୍ଦୀପନା ସହିତ ଅନୁଷ୍ଠିତ ହୋଇଯାଇଛି | ଅଞ୍ଜନ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସମାଜିକ କର୍ମୀ ଭୋଜରାଜ ବାଗ ସମ୍ମାନୀତ ଅତିଥି, ନାଟ୍ୟକାର ପ୍ରଫେସର କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ଚାଷୀନେତା ହର ବଣିଆ କବି ମନୋରଞ୍ଜନ ଲୁହାର ଏବଂ ମୁଖ୍ୟ ବକ୍ତା ଭାବେ ନିୟମଗିରି ଆନ୍ଦୋଳନର ନେତା ତଥା ସମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଯୋଗଦେଇ ବି.ଆର୍ ଆମ୍ବେଦକର୍ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଵଲନ କରିଥିଲେ । ସଂଘର ସଭାପତି ଗୋପବନ୍ଧୁ ଶିକା ସ୍ବାଗତ ଭାଷଣ ଦେଇଥିଲେ | ସୁରେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ପରିବେଷଣ କରିଥିଲେ | ଏହି ଅବସରରେ ଅଭିନେତା ବିଶ୍ରାମ ମେହେର, ସାମାଜିକ କର୍ମୀ ଭୋଜରାଜ ବାଗ, ଲୋକ କଳାକାର ପୁଷ୍ପାରାଣୀ ତାଣ୍ଡି, ଯୋଗ ଶିକ୍ଷାର୍ଧିନୀ ରଞ୍ଜିତା ଭୁଏ କବି ମନୋରଜଂନ ଲୁହା, ଏବିସିଡ଼ି ଅନୁଷ୍ଠାନ, ଲିପ୍ସାରାଣୀ କୁମ୍ଭାର ବରିଷ୍ଠ ସାମ୍ବାଦିକ ରମେଶ ବାରିକଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା | ଫଟାମୁଣ୍ଡର ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଭୁବନେଶ୍ୱର ବରିହା ଙ୍କୁ ସାଲ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନୁଆଁଖାଇ ହୃଦୟ ହୃଦୟ ଭିତରେ ସଂପର୍କ ଯୋଡିବାରେ ଏକ ନିଆରା ଉତ୍ସବ ବୋଲି ଅତିଥିମାନେ ଭାଷଣ ପ୍ରସଙ୍ଗରେ ମତ ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା କାର୍ଯ୍ୟକ୍ରମରେ ଯୋଗଦାନ କରି ଆମ୍ବେଦକର ଯୁବକ ସଂଘର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ନୁଆଁଖାଇ ଭେଟଘାଟ ଉପଲକ୍ଷେ ଆଗରୁ ହୋଇଥିବା ପ୍ରତିଯୋଗିତା ମାନଙ୍କର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

ଏଥିରେ ବିଚାରକ ଭାବେ ରମେଶ ଗୁର୍ଲା , ଅଞ୍ଜଳୀ ପରିଡ଼ା , ଅନୀଲ ଗୁର୍ଲା ବିଚାରକ ଭାବେ ଉପସ୍ଥିତ ଥିଲେ ।ଏହି ପ୍ରତିଯୋଗିତାରେ ପ୍ରଥମ ଏସ୍ ବି ଡ୍ୟାନ୍ସ ଗ୍ରୁପ ସୋହେଲା ଦ୍ଵିତୀୟ ବରିକେଲ ଡ୍ୟାନ୍ସ ଗ୍ରୁପ ବେଚଲର ଡ୍ୟାନ୍ସ ଗ୍ରୁପ କେଛୋଦାଦର ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାତିରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଦ୍ୱାରା ପ୍ରଯୋଜିତ ମା କନକ ଦୁର୍ଗା ସାଂସ୍କୃତିକ କଳା ପରିଷଦ କଟକ, ଓଡ଼ିଶୀ ନୃତ୍ୟ ଦଳ ସଂସ୍କୃତିକ କଳା ପରିଷଦ କନ୍ଧମାଳ ଆଦିବାସୀ ନୃତ୍ୟ ଦଳ ଓ ପଦ୍ମପୁର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୁନିନୁ ଭୁଆଁସେନ ସମ୍ବଲପୁରୀ ନୃତ୍ୟ ଲୁ ଅନୁଷ୍ଠାନ ଦ୍ୱାରା ପଏରର୍ଚ୍ଚା ସତୀ ସଙ୍ଗୀତ ରୂପକ ଓ ଢୋଲବନ୍ଧ ର ଆମେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ନାଟକ ଆସ ଫଟୋ ହେମା ପ୍ରଦର୍ଶିତ ହୋଇ ବେଶ ଦର୍ଶକୀୟ ସ୍ବୀକୃତ ପାଇଥିଲା l କଳାକାର ମାନେ ରମେଶ ଗୁର୍ଲା ଙ୍କ ନିର୍ଦ୍ଦେଶନାରେ ସଙ୍ଗୀତ ପରିବେଶ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନା ପାଇଁ ରଜନୀ , ରଙ୍ଗାଧର ,ବୀର , ନିରୋଜ ବୁଲୁ , ବେଣୁ , ରାଜେଶ , ଚିତ,ସସି , ରମେଶ , ବଣ୍ଟି ,ମୁକେଶ , ନିରାକାର , ତ୍ରିଲୋଚନ , ସନ୍ତୋଷ , ହିମାଞ୍ଚଳ ,ଯଜୋ ଭକ୍ତ , ଚୁନୁ , ଜଗନ , ନାରାୟଣ , ଢୁସା , ଉମେଶ ,ରାହୁଲ ଜଏଲ ଗୌର , ମହେନ୍ଦ୍ର , ଅଜୁ ,ବିକ୍ରମ କରୁଣା, ଭୀମ , ଓ ଆମ୍ବେଦକର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପରିଶେଷରେ ବିଶ୍ଵାମିତ୍ର କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault