ବରଗଡ଼ :- ଜିଲ୍ଲା ଅମ୍ବାପାଲି ଗଜପତି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସହରା ସମାଜ ନୂଆଁଖାଇ ଭେଟଘାଟ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଆଜିର ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ମାନିନୀ ଭୋଇ,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁଶିଳା ଭୋଇ, ସହରା ସମାଜ ଜିଲ୍ଲା ସଭାପତି ଶ୍ରୀ ଚତୁର୍ଭୁଜ ଭୋଇ, ସହରା ସମାଜ ଜିଲ୍ଲା ସମ୍ପାଦକ କୁଞ୍ଜ ବିହାରୀ ଭୋଇ,ବଲାଙ୍ଗୀର ଜିଲ୍ଲା ଶବର ସମାଜ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବଳଦେବ ଭୋଇ ପ୍ରମୁଖ ମଞ୍ଚାସିନ ହୋଇ ସହରା ସମାଜର ସାମୁହିକ ବିକାଶ ଦିଗରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଶବର ଏକଲବ୍ୟ ଗ୍ରୁପ ଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରୁ ଓ ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ସହରା ଜାତିର ପୁରୁଷ/ମହିଳା ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ରାଜ୍ୟ
ଅମ୍ବାପାଲି ରେ ସହରା ସମାଜ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ l
- Hits: 219







