ଭିନ୍ନକ୍ଷମ ଛାତ୍ର ବିଭୁଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିପିଲି: ଦୁର୍ଘଟଣାରେ ଆହତ ହୋଇ ହରାଇଥିଲେ ଗୋଡ଼ । ପାଠ ପଢିବାକୁ ମନରେ ଅନେକ ଆଗ୍ରହ ଥିଲେହେଁ ତାଙ୍କ ଅକ୍ଷମତା ବାଧକ ସାଜିଥିଲା । ତାଙ୍କୁ ଯଥେଷ୍ଟ ସକ୍ଷମ କରିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପିପିଲି ବ୍ଲକ ଡେଲାଙ୍ଗ ପଞ୍ଚାୟତ ଅଧିନସ୍ଥ ଖେଳରପୁର ଅଞ୍ଚଳର ସୁରେନ୍ଦ୍ର ମହାରଣାଙ୍କ ୨୨ବର୍ଷିୟ ପୁଅ ବିଭୁପ୍ରସାଦ ମହାରଣା ନାମକ ଜଣେ ଛାତ୍ର ଗତ ମାର୍ଚ୍ଚ ମାସ ୩୦ତାରିଖରେ ନିଜ ଘରକୁ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ମାଲ୍ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ, ସେ ଗୁରୁତର ଆହତ ହୋଇ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଦୁର୍ଭାଗ୍ୟବଶତଃ, ଗତ ଏପ୍ରିଲ ୨ତାରିଖରେ ତାଙ୍କ ଡାହାଣ ଗୋଡ଼ର ଆଣ୍ଠୁ ଉପରକୁ କାଟି ଦିଆଯାଇଥିଲା । ସେ କେବେହେଲେ କୃତ୍ରିମ ଗୋଡ଼ର ବ୍ୟବହାର କରିନଥିଲେ । ଘଟଣା ସମ୍ପର୍କରେ ପିପିଲି ବିଧାୟକ ଶ୍ରୀ ରୁଦ୍ର ମହାରଥୀ ଜାଣିବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେଇଥିଲେ । ବିଭୁଙ୍କ ବିଷୟରେ ଖବର ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ପିପିଲି ବିଧାୟକ ଶ୍ରୀ ମହାରଥୀଙ୍କ ସମେତ ଯୁଗ୍ମ ସମ୍ପାଦକ (ଓଡ଼ିଶା ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା (ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault