ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ତା ୩୦/୧୦/୨୦୨୩ ରିଖ ପୂର୍ବାହ୍ନ ଘ୧୦-୩୦ ମି ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ଶପଥ ପାଠ କରାଇଥିଲେ l
ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ମନରଞ୍ଜନି କାର୍ଜି, ରାମଚନ୍ଦ୍ର ସାହୁ ଓ କାର୍ଯ୍ୟାଳୟର ସମସ୍ତ ବରିଷ୍ଠ , କନିଷ୍ଠ ଶୟକଙ୍କ ସମେତ କର୍ମଚାରୀ ମାନେ ଶପଥ ଗ୍ରହଣ କରିଥିଲେ l ସେହିପରି ଗୁଣପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡାଙ୍କ ସମେତ ସେକ୍ସନ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରେଇଥିଲେ ।








