ହେଡଲାଇନସ୍:

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା ୨୯.୧୦.୨୦୨୩- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି I ସକାଳ ୭.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ "ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା" ଶୀର୍ଷକ ବିଷୟକୁ ଗୁରୁତ୍ୱ ଦେଇଥିବା ଏହି ମିନି ମାରାଥନରେ କ୍ରୀଡ଼ା ହଷ୍ଟେଲ, କଳିଙ୍ଗ ଷ୍ଟାଡିୟମ ଏଚପିସି ଅନ୍ତର୍ଗତ ହକି, ସୁଟିଂ, ସନ୍ତରଣ, ଆଥଲେଟିକ୍ସ, ଭାରତ୍ତୋଳନ, ଆଦି ବିଭିନ୍ନ କ୍ରୀଡ଼ା ଶୃଙ୍ଖଳର ଅନ୍ତେବାସୀ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସଡିଏମଏ ର ପ୍ରାୟ ୫୦୦ ରୁ ଅଧିକ ସାମିଲ ହୋଇଥିଲେ I

ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ଏକ ନମ୍ବର ଗେଟରୁ ବାହାରି ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ ଛକ ଦେଇ ରାଜଭବନରେ ପହଂଚି ପୁଣି କଳିଙ୍ଗ ଷ୍ଟାଡିୟମ ପ୍ରତ୍ୟାବର୍ତ୍ତନ କରିଥିଲା |

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସଚେତନତା ଓ ପୂର୍ବ ପ୍ରସ୍ତୁତି ସହ ଏହାକୁ ମୁକାବିଲା କ୍ଷେତ୍ରରେ ସଶକ୍ତ ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା ଲକ୍ଷ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା I

ଏହି ଉତ୍ସବରେ କ୍ରୀଡ଼ା ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ଓଏସଡିଏମଏ ପରିଚାଳନା ନିର୍ଦେଶକ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ସମେତ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I

0
0
0
s2sdefault