ହେଡଲାଇନସ୍:

ମୟୂରଭଞ୍ଜ ଅବକାରୀ ବିଭାଗ କୁ ବଡ଼ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ମୟୂରଭଞ୍ଜ ଜିଲ୍ଲା ଦେଇ ଏକ ଗଞ୍ଜେଇ ବୋଝେଇ ପିକପ୍ କୁ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ ପିକପ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବା ବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ।
ଗଞ୍ଜେଇ ବୋଝେଇ ପିକଅପଟି ସୋନପୁରରୁ ୪ଟି ଜିଲ୍ଲା ଅତିକ୍ରମ କରି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କଅଁର ଯୋଜନାବଦ୍ଧ ଭାବେ ଟିମ ଗଠନ କରି ଟୋଲ ଗେଟ୍ ନିକଟରେ ଛପି ରହିଥିଲେ । ମୋବାଇଲ ଟ୍ରାକିଂ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ବୋଲେରୋ ମାକ୍ସ ପିକଅପ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲେ। ଜବତ ଗଞ୍ଜେଇର ପରିମାଣ ୬୨କେଜି ୧୨୦ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଭ୍ୟାନକୁ ସୁରକ୍ଷା (ଏସକର୍ଟ) ଦେଇ ନେଉଥିବା ମାଫିଆମାନଙ୍କର ଅନ୍ୟ ଗାଡିଟି ଚମ୍ପଟ ମାରିଛି। ଗିରଫ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ଭାଟପଦା ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମର ମଳୟ ରଞ୍ଜନ ମହାକୁଡ଼। ଏନେଇ ଅବକାରୀ ଅଧୀକ୍ଷକ ଶ୍ରୀ କହଁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

0
0
0
s2sdefault