ହେଡଲାଇନସ୍:

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଉପଲକ୍ଷେ ପଦଯାତ୍ରା ଓ ପଥତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ ପରିପ୍ରେକ୍ଷୀରୁ ନୂତନ ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ ପଦଯାତ୍ରା ଓ ପଥତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଆୟୋଜିତ ପଥଉତ୍ସବକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ଏବଂ ଏ ସଂପର୍କରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉର୍ଦ୍ଧେଶ୍ୟରେ ଏହି ପଦଯାତ୍ରା ଓ ପଥଉତ୍ସବ ଆୟୋଜନ କରାଯାଇଛି l ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ -୨୦୨୪ କାର୍ଯ୍ୟକ୍ରମ ୨୭ ଅକ୍ଟୋବରରୁ ଆରମ୍ଭ ହୋଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ l ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର ୧,୦୪୭ ଟି ବୁଥରେ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି l ଭୋଟରମାନେ ଭୋଟର ହେଲ୍ପଲାଇନ ଆପ୍ ଜରିଆରେ ପଞ୍ଜିକରଣ କରିପାରିବେ l ତାଲିକାରେ ନାମଯୋଗ କରିବା ପାଇଁ ଫର୍ମ -୬, ନାମ ବାଦ୍ ଦେବା ପାଇଁ ଫର୍ମ-୭ ଓ ସଂଶୋଧନ ପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ l ସକାଳ ୭ ଘଂଟିକା ୩୦ ମିନିଟରେ କଲେଜ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଘ୍ନଜିତ ରାଉତ ଓ ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ l ଜିଲ୍ଲାପାଳଙ୍କ ପଡିଆରେ ଛାତ୍ରଛାତ୍ରୀମାନେ ଏକ ମାନବ ଶୃଙ୍ଖଳ କରିଥିଲେ l ଆକର୍ଷଣୀୟ ରଙ୍ଗୋଲୀ ପ୍ରତିଯୋଗିତା ଏବଂ ଓପନ କୁଇଜ ଅନୁଷ୍ଠିତ ହୋଇଥିଲା l ପଥଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ଏବଂ ସରଣାରବିନ୍ଦକୁ ଜିଲ୍ଲାପାଳ ସମ୍ବୋଧିତ କରିଥିଲେ l ଶ୍ରୀ ଚରଣ ମହାନ୍ତି ଏକ ଜଗନ୍ନାଥ ଭଜନ ଗାନ କରିଥିଲେ ଓ ଭୋଟରମାନଙ୍କୁ ଉତ୍ସାହିତ କରିଥିଲେ l ଉତ୍କଳ ଭାରତୀ ଦ୍ୱାରା ଓଡିଶା ନୃତ୍ୟ ମା' କେନ୍ଦୁଳାଇ ବସେଳି ଘୋଡାନାଚ, ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନ ତରଫରୁ ପଥପ୍ରାନ୍ତ ନାଟକ, ପତିତପାବନ ଲୋକନାଟ୍ୟ ପକ୍ଷରୁ ନାଟକ, କୈଳାସ ବେହେରା ଓ ଦଳ ଦ୍ୱାରା ଚାଙ୍ଗୁବାଦ୍ୟ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା,ଆଶା ଓ ଅଙ୍ଗନବାଡିକର୍ମୀ, ମିଶନ ଶକ୍ତି ମହିଳା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଅଧିକାରୀ ଓ କାର୍ଯ୍ୟଚାରୀମାନେ ଉପସ୍ଥିତ ଥିଲେ l ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଦସ୍ତଖତ ଅଭିଦାନ, ଭୋଟର ପଞ୍ଜିକରଣ ନିମନ୍ତେ ସହାୟକ କେନ୍ଦ୍ର ଆୟୋଜନ କରାଯାଇଥିଲା l ମୁଁ ଭାରତ ସ୍ୱିପ ସଂଗୀତକୁ ଜିଲ୍ଲାପାଳ ସୁଇଚ ଟିପି ଉନ୍ମୋଚନ କରିଥିଲେ l

0
0
0
s2sdefault