ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ଦିନ୍ କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି , ରଙ୍ଗୋଲି, ହୁଳାହୁଳି , ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍ଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୁର୍ଣ୍ଣା ସାମାଜିକ ଅନୁଷ୍ଠାନ ଓ ସ୍ମାଇଲ ଫର ଅଲ୍ ଅନୁଷ୍ଠାନ ତରଫରୁ ଏହା କଲେଜ ଛକ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଦିନ୍ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସଂଯୋଜକ ପ୍ରତାପ ରଥ, ବିଦୁଭୂଷଣ ତ୍ରିପାଠି, ଗୋପାଳ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସବୁ ପ୍ରତିଯୋଗିତାରେ ୭୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଭାଗ ନେଇଥିଲେ । ବିଚାରକ ଭାବରେ ମେହେନ୍ଦି ପ୍ରତିଯୋଗିତାରେ ରଂଜିତା ପାଣିଗ୍ରାହୀ ଓ ଅନିତା ଶତପଥି, ଶଙ୍ଖ ପ୍ରତିଯୋଗିତାରେ ଶିବାନନ୍ଦ ଦାଶ ଓ ଶ୍ୟାମଳି ମିଶ୍ର, ଆର୍ଟ ଏଣ୍ଡ କ୍ରାଫ୍ଟରେ ପ୍ରୀତମ ବକ୍ସି, ରାଜେଶ ଦଣ୍ଡସେନା ଓ ପ୍ରମିଳା ମଲ୍ଲିକ ବିଚାରକ ଥିଲେ । ହୁଳାହୁଳି ଓ ଝୋଟି ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରମିଳା ପଣ୍ଡା, ସୌଦାମିନୀ ମିଶ୍ର, ଶ୍ୟାମଳି ମିଶ୍ର, ସାଗରିକା ସାହୁ, ହିମାନି ତ୍ରିପାଠି ପ୍ରମୁଖ ଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣା ଅନୁଷ୍ଠାନର ସଭାନେତ୍ରୀ ରଂଜିତା ପାତ୍ର, ସଂପାଦକ ସଂଜଳି ଶତପଥି, ହିମାନୀ ତ୍ରିପାଠି, ସୌଦାମିନୀ ମିଶ୍ର ଓ ସ୍ମାଇଲ ଫର ଅଲ ତରଫରୁ ଚକ୍ରପାଣି ଦାଶ, ସୁଜିତ ଚନ୍ଦନ, ବଣ୍ଟି ବିଶ୍ୱାଲ, ରବି ଚାନ୍ଦ, ସଂଜଳି ଶତପଥି ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ବଲାଙ୍ଗିର ଦିନ୍ ଉପଲକ୍ଷେ ମେହେନ୍ଦି, ଝୋଟି , ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍ଟ୍ ପ୍ରତିଯୋଗିତା
- Hits: 277








