ମାନବ ସମାଜର ନିଚ୍ଛକ ସ୍ୱରକୁ ନାଟକ ମାଧ୍ୟମରେ ଶାଣିତ କରିବାରେ ବୈଷ୍ଣବ ପାଣିଙ୍କ ଅବିସ୍ମରଣୀୟ ଅବଦାନ l
(ମାହାଙ୍ଗା-ଶାସକ ପ୍ରଶାସକ): ଓଡ଼ିଆ କଳା, ସାହିତ୍ୟ, ନାଟ୍ୟକାର ଜଗତର ଏନ୍ତୁଡ଼ିଶାଳ ମାହାଙ୍ଗା ବ୍ଲକ କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ 141 ତମ ଜୟନ୍ତୀ ଉତ୍ସବ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ, କଳାକାର,ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ ମହାନ ସାରସ୍ୱତ ସାଧକ ବୈଷ୍ଣବ ପାଣିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ଏହି ଅବସରରେ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମ ଜୟନ୍ତୀ କବିଙ୍କ ଜନ୍ମପୀଠ କୋଠପଦା ରଘୁନାଥ ନୋଡାଲ ବିଦ୍ୟାପୀଠ ପ୍ରାଙ୍ଗଣରେ ଗଣକବି ବୈଷ୍ଟବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଟ ଅତିଥି ଭାବେ ଓଡ଼ିଆ ଚଳଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ , ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସେକ୍ ମୂର୍ଶିଦ୍ ରିଆଯୁଲ ହୋଦା,ଜଗବନ୍ଧୁ ସେଠୀ,ନଳିନୀପ୍ରଭା ପ୍ରଧାନ,ସୁପ୍ରଭା ସାମଲ,କିଶୋର ଚନ୍ଦ୍ର ଦାସ,ବିଶେଶ୍ୱର ମହାନ୍ତି,ସୁରେଶ ଚନ୍ଦ୍ର ବେହେରା,ଯୁବ ସଂଗଠକ କିଶୋର ରାଉତ, ଅନୁଷ୍ଠାନର ସାଧାରଣ ସମ୍ପାଦକ ହୃଷୀକେଶ ସ୍ୱାଇଁ, ସଂଯୋଜକ ପନଗ ଭୂଷଣ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ହୋଇ ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ମଣିଷର ସ୍ୱରକୁ ନାଟକ ମାଧ୍ୟମରେ ଶାଣିତ କରିବାରେ ବୈଷ୍ଣବ ପାଣିଙ୍କ ଅବିସ୍ମରଣୀୟ ଅବଦାନ ଏବଂ ଗଣ ହୃଦୟକୁ ଛୁଇଁଲାଭଳି ନାଟକ ରଚନା କରୁଥିଲେ ଗଣକବି ବୋଲି ଵକ୍ତାମାନେ ପ୍ରକାଶ କରିଥିଲେ l
ଏପରିକି କେବଳ ଜନତାଙ୍କ ମନୋରଞ୍ଜନ ପାଇଁ ନୁହେଁ,ସମାଜରେ ବଡ଼ ପରିବର୍ତ୍ତନ ଆଣିବାକୁ ସଦା ଜାଗ୍ରତ ଥିଲେ ନାଟ୍ୟକାର ବୈଷ୍ଣବ ପାଣି, ପରାଧୀନ ଭାରତବର୍ଷ ର ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଜନ ଜାଗରଣ ଗଢି ତୋଳିବାରେ ତାଙ୍କ ନାଟକ ଥିଲା ବେଶ ପ୍ରଭାବଶାଳୀ ବୋଲି ପ୍ରକାଶ କରିଥିଲେ l ସେହିପରି ଭାବେ ଅନ୍ୟ ଅନୁଷ୍ଠାନ, ସମାଜସେବୀ, ରାଜନେତା ଏବଂ ସାହିତ୍ୟିକ ମାନଙ୍କ ଦ୍ୱାରା ମଧ୍ୟ ଗଣକବି ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l








