ଭୁବନେଶ୍ୱର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ୱାରା ପରିଚାଳିତ "ମୋ ସରକାର' ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲାା ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍ସନ୍, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଟୋ
ଉକ୍ତ ଅଭିଯୋଗ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ନିମନ୍ତେ ପଠାଯାଇଥିଲାା ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୋଗଗୁଡ଼ିକର ସତ୍ୟତା ରହିଅଛିା ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା
ରାଜ୍ୟ
"ମୋ ସରକାର' ପ୍ରକୋଷ୍ଠରେ ମିଳିଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ
- Hits: 218








