ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବାଞ୍ଚାନିଧି ପଟ୍ଟନାୟକଙ୍କର 123 ତମ ଜନ୍ମ ଜୟନ୍ତୀ ସ୍ମୃତି କମିଟି ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱଭାରତୀ ପରିସରରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଞ୍ଛାନିଧି ସ୍ମୃତି କମିଟି,ଓଡ଼ିଶାର ଆବାହକ ମନ୍ମଥ ଶତପଥି ଯୋଗଦେଇଥିବା ବେଳେ ଅନ୍ୟତମ ଅଧ୍ୟାପକ ରାଧାମାଧବ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ I ସ୍ମୃତିକମିଟି ସମ୍ପାଦକ ବିଭୂପାଦ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ବିଶିଷ୍ଟ କଳା-ସାହିତ୍ୟ ଗବେଷକ ଶାନ୍ତନୁ କୁମାର ରଥଙ୍କୁ ନଗଦ 5000 ଟଙ୍କା ଏବଂ ମାନପତ୍ର ପ୍ରଦାନ ପୂର୍ବକ ବାଞ୍ଚାନିଧି ସମ୍ମାନ-2023 ରେ ସମ୍ମାନୀତ କରାଯାଇଥିଲା I ସେହିପରି ଚଳଚ୍ଚିତ୍ର ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳଙ୍କୁ କୁନ୍ଦଲତା ସମ୍ମାନରେ ସମ୍ମାନୀତ କରାଯାଇଥିଲା I ଆଜି ବାଞ୍ଛାନିଧିଙ୍କ ପୁଅଙ୍କର ଏକାଦଶାହ କାର୍ଯ୍ୟକ୍ରମ ଥିବାରୁ ତାଙ୍କ ପାଇଁ ଏବଂ ଗତକାଲି ପରଲୋକ ଘଟିଥିବା ସ୍ଵର୍ଗତ ଡା.ପାଣୁ ନାୟକଙ୍କ ପାଇଁ ଦୂଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I
ରାଜ୍ୟ
ଗୋବରା ଗାନ୍ଧୀ ବାଞ୍ଛାନିଧି ପଟ୍ଟନାୟକଙ୍କ 123 ତମ ଜନ୍ମଜୟନ୍ତୀ ପାଳନ
- Hits: 234








