ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଇତିହାସ୍ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସଭା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ୍ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଛାତ୍ରଛାତ୍ରୀ ମାନଙ୍କ ବୈଷୟିକ ଏକ ଯୋଗାଯୋଗ ଶିକ୍ଷା ଏବଂ ଦକ୍ଷତାର ବିକାଶ ଉପରେ ଉଦବୋଧନ ଦେଇଥିଲେ l ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ବୁନି ସାହୁ ସମସ୍ତଙ୍କୁ ସ୍ଵାଗତ କରି ମଣିଷ ଜୀବନରେ ଶିକ୍ଷାର ବିକାଶ ଉପରେ ଆଲୋଚନା କରିଥିଲେ l ଅଧ୍ୟାପିକା ବାଳଗୋପାଲ ମେହେର ଛାତ୍ର ଜୀବନର ଦାୟିତ୍ଵ ଏବଂ ଶୃଙ୍ଖଳା ଜ୍ଞାନ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟତମ ଅଧ୍ୟାପକ ଫନିଦ୍ରମ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ବିଭାଗର ଛାତ୍ର ଆଲୋକ, ଭୋଜରାଜ, ବାବଲୁ, ମାନସ, ରାଜେଶ, ଉଦେଶ୍, ଛାତ୍ରୀ ମନୀଷା, ଦୀପ୍ତି, ଦୀପା, ସମୀକ୍ଷା, ବବିତା, ପୂଜା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault