ବରଗଡ: ବରଗଡ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଜାତୀୟ ହସ୍ତତନ୍ତ ସମ୍ମିଳନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ (ଡ଼ବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ । ଏହି ସମ୍ମିଳନୀ ଡିସେମ୍ବର ତୃତୀୟ ସପ୍ତାହରେ ଆୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନିଷା ଚକ୍ରବର୍ତ୍ତୀ । ସମୀକ୍ଷା ବୈଠକରେ ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।
ପଶ୍ଚିମ ଓଡିଶାର ବୁଣାକାରଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ। ଏହି ସମ୍ମିଳନୀର ଆୟୋଜନ ଫଳରେ ହସ୍ତତନ୍ତ ବଜାର ସୃଷ୍ଟି ହେବା ସହ, ନୂତନ ଜ୍ଞାନକୌଶଳ ବିଷୟରେ ବୁଣାକାର ମାନେ ଜାଣିବାକୁ ପାଇବେ ।








