ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୩ ଭଞ୍ଜନଗର ସହର ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟ ନାୟକ । ପରେ କୁଇଜ,ବତ୍କୃତା,ତର୍କ,ଚିତ୍ରାଙ୍କନ,ସଙ୍ଗୀତ,ଦଳଗତ ସାଂସ୍କୃତିକ ନୃତ୍ୟ,ସୁନ୍ଦର ହସ୍ତାକ୍ଷର ଲିଖନ,ପ୍ରବନ୍ଧ ଲିଖନ ଏବଂ ସୃଜନାତ୍ମକ ଲିଖନ ଆଦି ସିନିୟର୍ ,ଜୁନିୟର ଓ ଦିବ୍ୟାଙ୍ଗ ପିଲାଙ୍କ ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକର ଷୋହଳଟି କ୍ଳଷ୍ଟରରୁ କୃତୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଅନୁଷ୍ଠିତ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ଅଧିନରେ ମଧ୍ୟ ବତ୍କୃତା,କୁଇଜ ଓ ପ୍ରବନ୍ଧ ଲିଖନ ଆଦିରେ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ । ମୁଖ୍ୟ ଅତିଥି ରୂପେ ଆର୍.ଟି.ଓ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଭଗବାନ ପୂଜାରୀ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ କୃତିବାସ ବିଶ୍ବାଳ, ରିଟାୟାଡ ରେଞ୍ଜର ଶ୍ରୀ ଅନୁପମ ବାନାର୍ଜୀ,ସମାଜସେବୀ ଶ୍ରୀ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ, ବି.ଆର୍.ଟି ଚିନ୍ମୟ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ରିଟାୟାର୍ଡ ଏବିଇଓ ନେତାଜୀ ବିଷୋୟୀ, ରିଟାୟାର୍ଡ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିବା ବେଳେ ବ୍ଳକର ସମସ୍ତ ସି.ଆର୍.ସି.ସି , ଗାଇଡ ଟିଚର,ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଚାଫ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଦଳଗତ ସାଂସ୍କୃତିକ ନୃତ୍ୟରେ ବିଞ୍ଜଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ,ଭାଲିଆ ଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ଓ ଜବାହାର ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଭଞ୍ଜନଗର ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
- Hits: 836








