ଜଗତସିଂହପୁର,ତା-୧୯.୧୦.୨୦୨୩/ସୁମନ୍ତ କୁମାର ଦାସ: ସିକିମ ରୟତ୍ରୀଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଗୁରୁତ୍ବାରୋପ କରିଛନ୍ତି। ପ୍ରାଥମିକ ଭାବେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ସମାଧାନ ଲାଗି ହାଇଟେକ୍ ସର୍ଭେ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡ଼ା ବ୍ଲକ ଏବଂ ପୁରୀ ପୌର ପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପଭି ଗ୍ରହଣ କରିଥିଲେ। ଆଜି ସିକିମ୍ ରୟତମାନଙ୍କ ଜମି ସମସ୍ୟାର ସମାଧାନ କରିବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ କଟକ, ପୁରୀ, ବାଲେଶ୍ଵରର ୨ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଘୋଷଣା ହୋଇଛି। ଅପରପକ୍ଷେ ଜଗତସିଂହପୁର ଜିଲ୍ଲାରେ ଅନେକ ସିକିମ୍ ରୟତଧାରୀ ପରିବାର ବସବାସ କରୁଛନ୍ତି । ବର୍ଷ ବର୍ଷ ଧରି ଏମାନେ ଜମିଜମା ସମସ୍ୟା ଭିତରେ ଘାଣ୍ଟି ହୋଇ ପଡ଼ିଛନ୍ତି। କେବଳ ସିକିମ୍ ପ୍ରଜା ନୁହଁନ୍ତି ଜିଲ୍ଲାରେ ୧ ଲକ୍ଷ ୮୦ ହଜାର ଭୋଇ ସଂପ୍ରଦାୟର ଅଧିବାସୀ ଜମିଜମା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଫଳରେ ଏମାନଙ୍କ ପିଲାମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାଠ ପଢ଼ିବାକୁ ଆଗେଇ ପାରୁ ନାହାଁନ୍ତି। କାରଣ ଜମି ସମସ୍ୟାର ଏମାନଙ୍କ ଜାତିଗତ ପ୍ରମାଣପତ୍ର ମିଳିପାରୁ ନାହିଁ । ଜିଲ୍ଲାର ଏରସମା, ବାଲିକୁଦା ବ୍ଲକରେ ଅଧିକ । ସଂଖ୍ୟାରେ ଭୋଇ ସଂପ୍ରଦାୟର ଲୋକମାନେ ଘର କରି ମୁଣ୍ଡ । ଗୁଞ୍ଜିଛନ୍ତି। ଅଧିକାଂଶଙ୍କ ଚାଳ କୁଡ଼ିଆ ଝାଟି ଜଙ୍ଗଲ କିସମ । ସରକାରୀ ଜାଗାରେ ଗଢ଼ି ଉଠିଛି । ପିଢ଼ି ପିଢ଼ି ଧରି ଏମାନେ ଏଠାରେ ରହି ଆସୁଥିଲେ ସୁଦ୍ଧା ଜମି ପ୍ରମାଣପତ୍ର ପାଇପାରୁ ନାହାଁନ୍ତି। ଏଣୁ ସମସ୍ତ ସରକାରୀ ସୁବିଧାରୁ ଏମାନେ ବଞ୍ଚିତ । ରହୁଛନ୍ତି। ଝାଟି ଜଙ୍ଗଲ କିସମ ଜମି ରାଜସ୍ୱ ବିଭାଗ ଅଧୀନ। ବହୁବାର ସରକାରଙ୍କୁ ଝାଟି ଜଙ୍ଗଲରେ ଘର କରି ରହୁଥିବା । ଭୋଇ ସଂପ୍ରଦାୟର ପରିବାରକୁ ଜମି ପଟ୍ଟା ପ୍ରଦାନ ଲାଗି । ଦୃଷ୍ଟି ଆକର୍ଷଣ କରାଯାଇଛି। ସିକିମ୍ ପ୍ରଜାଙ୍କ କ୍ଷେତ୍ରରେ । ମଧ୍ୟ ଉକ୍ତ ସମସ୍ୟା ରହୁଥିବାରୁ ସେଦିଗରେ ସରକାର ମୁଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇସାରିଛି । ହେଲେ ସରକାର ଜିଲ୍ଲା କ୍ଷେତ୍ରରେ କୌଣସି ପ୍ରକାର ନୀତିଗତ ନିଷ୍ପତ୍ତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ । ତେବେ ଆଜି ସିକିମ ରୟତମାନଙ୍କ ସହ ବର୍ଷାଧିକ । କାଳ ଜମିଜମା ସମସ୍ୟା ଦେଇ ଗତି କରୁଥିବା ରାଜ୍ୟବାସୀଙ୍କ । ପାଇଁ ସରକାର ଆଣିଥିବା ଐତିହାସିକ ନିଷ୍ପତ୍ତି ନିଶ୍ଚିତପକ୍ଷେ ସ୍ଵାଗତଯୋଗ୍ୟ। କିନ୍ତୁ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲା କେବଳ ନୁହେଁ, ଗୋଟିଏ ସମ୍ବିଧାନ ଓ ଗୋଟିଏ ନିୟମ ଅନୁସାରେ ଜଗତସିଂହପୁର ଜିଲ୍ଲାକୁ ଏଥିରେ ସାମିଲ କରିବାକୁ ଦାବି କରିଛନ୍ତି ପରିଷଦର ସଭାପତି ଶଙ୍କର ଦାସ। ନଚେତ୍ ଆଗାମୀ ସାଧାରଣ ନିର୍ବାଚନରେ ଭୋଇ ସଂପ୍ରଦାୟ ଭୋଟ ବର୍ଜନ କରିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ନିକଟରେ ସିକିମ ଜମି ଖାତାକୁ ନେଇ ଏନ୍- ୫୫ ଜାତୀୟ ରାଜପଥ ନିର୍ମାଣରେ ବାଧା ସୃଷ୍ଟିହେବାର ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଉକ୍ତ ପ୍ରକଳ୍ପ ନିମନ୍ତେ ଅନେକ ସିକିମ ପ୍ରଜାଙ୍କ ଜମିକୁ ଅଧିଗ୍ରହଣ କରାଯାଇଛି । ତେବେ ଏମାନଙ୍କୁ କ୍ଷତିପୂରଣ ରାଶି ମିଳିବାର ଆଶା କମ୍ ଦେଖାଯାଉଛି। କାରଣ ସିକିମ ଖାତାର ଜମି ବାବଦକୁ ଦୁଇଟି ପଟ୍ଟା ରହିଥାଏ। ଗୋଟିଏ ଉକ୍ତ ଜମିର ଜମିଦାର ଓ ଅନ୍ୟଟି ପ୍ରଜାର ନାମରେ ରହିଥାଏ। କିନ୍ତୁ । ଜମିଦାରଙ୍କ ନାଁରେ ଜାରି ହୋଇଥିବା ପଟ୍ଟାର ସତ୍ତ୍ବ ସ୍ଥିତିବାନ ରହୁଥିବା ବେଳେ ପ୍ରଜାଙ୍କ ନାମ ଉକ୍ତ ପଟ୍ଟାରେ ଥିଲେ ସୁଦ୍ଧା ସେଥିରେ ସିକିମ ଉଲ୍ଲେଖ ରହିଥାଏ। ସେଦୃଷ୍ଟିର ଉଭୟ ଜମିଦାର ଓ ପ୍ରଜା ମିଳିତ ହୋଇ ଆବେଦନ କଲେ କ୍ଷତିପୂରଣ ରାଶି ନିୟମ ଆଧାରରେ ପ୍ରଦାନ କରାଯାଇପାରିବ। । ହେଲେ ଏବେଯାଏ ସିକିମ ଖାତା ବାହାରିଥିଲେ ସୁଦ୍ଧା ସଂପୃକ୍ତ ଜମି ମାଲିକ କ୍ଷତିପୂରଣ ରାଶି ପାଇବା ନେଇ । କୌଣସି ପ୍ରକାର ଲିଖିତ ଆବେଦନ କରୁ ନାହାଁନ୍ତି। ସଂପ୍ରଭି ଜମିଦାରୀ ପ୍ରଥା ହଟି ଯାଇଥିବାରୁ ଏବେ ସିକିମ ଜମି ସତ୍ତ୍ଵର ମାଲିକ ସଂପୃକ୍ତ ଜମିଦାରଙ୍କ ବଂଶଧର। ବହୁ ବର୍ଷ ତଳୁ ଜମିଦାରମାନେ ନିଜର କେତେକ ପ୍ରଜାଙ୍କ ଠାରୁ ଖଜଣା ମୂଲ୍ୟ ଛିଡ଼ାଇ କିଛି କିଛି ଜମି ପ୍ରଦାନ ପ୍ରଦାନ କରିଥିଲେ, ଯାହାକୁ ସିକିମ ଜମି ବା ଖାତା କୁହାଯାଏ। ନିୟମ କହୁଛି, । ତିନି ବର୍ଷ ଧରି ଜଣେ ବ୍ୟକ୍ତି ଯଦି ସ୍ଥିର ହୋଇଥିବା ଖଜଣା ନଦେବେ ତେବେ ଉକ୍ତ ଜମିକୁ ସଂପୃକ୍ତ ଜମିଦାର ବା ତାଙ୍କ ବଂଶଧର ଆଇନର ଦ୍ବାରସ୍ଥ ହୋଇ ନିଜ ଅକ୍ତିଆରକୁ । ନେଇପାରିବେ। ଅନ୍ୟପଟେ ଯଦି ଜଣେ ପ୍ରଜା ସିକିମ ଜମିରେ । ଘର ତୋଳି ଦେଇଥିବେ ତେବେ ଉକ୍ତ ଜମି ଜମିଦାରଙ୍କ ପାଖକୁ ଫେରିପାରିବ ନାହିଁ । ଏସବୁ ବହୁ ବର୍ଷ ପୁରୁଣା । ଘଟଣା ହୋଇଥିବାରୁ ସିକିମ ଖାତା ଜମି ସେମିତି ପ୍ରଜାମାନଙ୍କ । ନାମରେ ଗଡୁଛି। ଏଣେ ଜମିଦାର ପ୍ରଜାମାନଙ୍କ ଠାରୁ ଖଜଣା ପାଉନଥିବା ବେଳେ ପ୍ରଜାମାନେ ମଧ୍ୟ ସରକାରଙ୍କ ପାଖରେ । ଖଜଣା ପଇଠ କରିପାରୁ ନାହାଁନ୍ତି। ଏପ୍ରକାର ସମସ୍ୟା ଭିତରେ ଜାତୀୟ ରାଜପଥ ନିର୍ମାଣରେ କେତେକ ସିକିମ ଖାତା ଜମି । ଅଧିଗ୍ରହଣ ହୋଇଛି। କିନ୍ତୁ ଜମିର ଭୋଗଦଖଲରେ ଥିବା ବ୍ୟକ୍ତି ବା ପ୍ରଜା କ୍ଷତିପୂରଣ ରାଶି ପାଇବାର ରାସ୍ତା ନଥିବାରୁ । ସରକାର ଏଥିରେ ହସ୍ତକ୍ଷେପ କରିବା ଜରୁରି ହୋଇପଡ଼ିଛି ।
ରାଜ୍ୟ
ବଢୁଛି ଜମିଜମା ସମସ୍ୟା:ଘାଣ୍ଟି ହେଉଛନ୍ତି ୨ ଲକ୍ଷ ଭୋଇ ପରିବାର
- Hits: 271








