କୁଚିଣ୍ଡା,: କେନ୍ଦ୍ର ସରକାର ଙ୍କ ଯୋଜନା ଅନୁସାରେ ଛାତ୍ରଛାତ୍ରୀ ଙ୍କ ମନରୁ ପରୀକ୍ଷା ବୋଝ କୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଥାନ୍ତି l ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା - ୨୦୨୩ ରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚକ୍ରଧର ମାଝୀ, ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ମଞ୍ଜିଲ ନାୟକ, ଭାରତୀ ଭୋଇ, ଜୁଲି ପଧାନ, ଜସ୍ମିନ କିସାନ, ସୁରଜ ପଟେଲ, ମାମୁନ ପଟେଲ, କିରଣ ମହନ୍ତ, ସମୀକ୍ଷା ବାରିକ ଓ ଛାତ୍ରଛାତ୍ରୀଗଣ ଅଂଶ ଗ୍ରହଣ କରିଥିଲେ l ଏହା ମଧ୍ୟ ଗତ ଜାନୁଆରୀ ମାସ ୧୭ ତାରିଖ ଦିନ ଦୂରଦର୍ଶନ ରେ ମଧ୍ୟ ପ୍ରସାରିତ ହୋଇଥିଲା l ଏହାପରେ ଗତକାଲି ଏଥି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଶୁଭେଚ୍ଛା ବାର୍ତ୍ତା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନାମରେ ଡାକ ଯୋଗେ ପ୍ରାପ୍ତ ହୋଇବା ପରେ ବିଦ୍ୟାଳୟରେ ଉତ୍ସବର ମହୋଲ ସୃଷ୍ଟି ହୋଇଥିଲା । ଏଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ର,ଛାତ୍ରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ କୃତଜ୍ଞତା ଜ୍ଞlପନ କରିଛନ୍ତି l
ରାଜ୍ୟ
କୁଚିଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା,ବିଦ୍ୟାଳୟରେ ଉତ୍ସବର ମାହୋଲ
- Hits: 250








