ହେଡଲାଇନସ୍:

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌), ଗୋପାଳପୁର ପକ୍ଷରୁ ଗଂଜାମର ଛତ୍ରପୁର ସ୍ଥିତ ଡିଆର୍‌ଡିଏ୍ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ ପାଳନ କରାଯାଇଛି । ନିଜ ଗୋଷ୍ଠୀ ସମୁଦାୟ ଓ କୃଷି କ୍ଷେତ୍ର ପ୍ରତି ଗ୍ରାମୀଣ ମହିଳାମାନେ ପ୍ରଦାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଓ ସମ୍ମାନ ଜଣାଇବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେମାନେ ସାମ୍ନା କରୁଥିବା ସ୍ୱତନ୍ତ୍ର ଆହ୍ୱାନଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲିଙ୍ଗଗତ ସମାନତା, ମହିଳାଙ୍କ ଅଧିକାର ଏବଂ ଗ୍ରାମାଚଂଳର ସଶକ୍ତୀକରଣର ପ୍ରସାର କରିବା ଏହାର ଉଦ୍ଦେଶ୍ୟ ଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଓ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ ।

ଗ୍ରାମୀଣ ମହିଳାଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ସ୍ୱାୟତ ଶାସନ, ଉତ୍ପାଦକ ଦଳ ଏବଂ ପ୍ରଡ୍ୟୁସର କଂପାନି ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥିବା ମହିଳା ସରପଂଚମାନଙ୍କୁ ଟିଏସ୍‌ଏଫ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଓଡ଼ିଶା ଜୀବିକା ମିସନ ଅଧୀନରେ ଲିଙ୍ଗଗତ କର୍ମୀ ଭାବେ କାର୍ଯ୍ୟ କରୁଥିବା ଦୀକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ସ୍ୱୀକୃତି ପ୍ରଦାନ କରାଯିବା ସହ ଗ୍ରାମୀଣ ବିକାଶ, ଜଳବାୟୁ ପରିବର୍ତନ, ଶିକ୍ଷା ଆଦି କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା ମହିଳାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏକ ଦୀର୍ଘସ୍ଥାୟୀ, ସଫଳ ଗୋଷ୍ଠୀ ସମୁଦାୟ ପାଇଁ ଗ୍ରାମୀଣ ମହିଳାମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ସେମାନଙ୍କ ଉନ୍ନତି ଓ ସଶକ୍ତୀକରଣ ପାଇଁ ଟିଏସ୍‌ଏଫ୍ ଗୋପାଳପୁର ପ୍ରତିବଦ୍ଧ ରହିଛି ।

0
0
0
s2sdefault