ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସପ୍ତଦଶ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି l ଏଥିରେ ବାଣପୁର ଅଞ୍ଚଳର ସୁସାହିତ୍ୟିକ, କବି, ରାଜନେତା ଓ ସମାଜସେବୀ ତଥା ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ମାନଙ୍କ ଉପସ୍ଥିତ ରେ ପାଳିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ଏନ. ଏ. ସି. ଚେୟାରମ୍ୟାନ ମିଟୁ ନାୟକ, ଓ କାଉନସିଲର ଶ୍ରୀମତୀ ରାସଲତା ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହିତ ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ନୂତନ କ୍ୟାଣ୍ଟିନ ଉଦଘାଟନ କରିଥିଲେ । ପରେ ପରେ ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ଶ୍ରାଦ୍ଧ ବାର୍ଷିକ ସଫଳତା କାମନା କରି ତାଙ୍କ ପ୍ରତିଛବିରେ ପୁଷ୍ପ ମାଳ ଦେଇ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ ।ଏଥିରେ ବିଭିନ୍ନ ବିଭାଗରେ ଉତୀର୍ଣ୍ଣ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଥିଲା । ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟର ନିର୍ମାତା ସ୍ବର୍ଗତ ଲକ୍ଷ୍ମୀଧର ଭୋଳ ଙ୍କ ଅବଦାନ ଓ ସଫଳତାର ବିଷୟରେ ସ୍ମୃତିଚାରଣ କରା ଯାଇଥିଲା ।କେଉଁଭଳି ଭାବରେ ବାଣପୁରର ଏକମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ସଫଳତାର ସହିତ ଉନ୍ନତି ଦିଗରେ କାର୍ଯ୍ୟକ୍ଷମ ହୋଇପାରିବ ଓ ଛାତ୍ରୀ ମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେ ଦିଗରେ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସୁପୁତ୍ର ଆଡ଼ଭୋକେଟ ଜଗନ୍ନାଥ ଭୋଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।
ରାଜ୍ୟ
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବର୍ଗତ ଲକ୍ଷ୍ମୀଧର ଭୋଳଙ୍କ ସପ୍ତଦଶ ଶ୍ରାଦ୍ଧ ବାର୍ଷିକ ପାଳନ!
- Hits: 297









