ହେଡଲାଇନସ୍:

ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ''ମହକ'' କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଶିଶୁ ମହୋତ୍ସବ ''ମହକ'' ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଡ଼େ ଷ୍ଟାର ହୋମ୍ , ଜରାଉ , ମୋହନା , ଶ୍ରୀ ଜଗନ୍ନାଥ ନିକେତନ , ରା.ସିତାପୁର , ନିସାନ ସାଲୋମ , ଗୁମ୍ମା , ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼ , ବି.ସୀତାପୁର ଅନୁଷ୍ଠାନର ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ଭାଗନେଇଥିଲେ।
ଆଜିର ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଦୌରା ଜଜ୍ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏବଂ ପିଲାମାନଙ୍କୁ ଉତ୍ସାହିତ କରିବା ସହ ପିଲାମାନେ ଜୀବନରେ ବହୁତ ଆଗକୁ ବଢ଼ନ୍ତୁ ଏବଂ ପ୍ରତିଷ୍ଠା ପାଇଁ ଜିଲ୍ଲା ଓ ରାଜ୍ୟର ନା ରଖିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ଯୋଗଦେଇ ଶିଶୁଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ସେହି ଦିଗରେ ସମସ୍ତ ସରକାରୀ ସୁବିଧା ଯୋଗାଇଲେ ସେମାନେ ସ୍ବାବଲମ୍ବି ହେବା ସହ ଜିଲ୍ଲାର ମାନ ବଢ଼ାଇବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପାରଦର୍ଶିତା ଦେଖି ସେମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ।
ଆଜିକାର କାର୍ଯ୍ୟକ୍ରମର ବିଶେଷ ଆକର୍ଷଣରେ ଓଡ଼ିଆ ସିନେତାରକା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପିଲାଙ୍କ ସହିତ କିଛି ସମୟ ଅତିବାହିତ କରିବା ସହ ପିଲାଙ୍କ ସହ ମିଶି ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରିଥିଲେ। ପିଲାମାନେ ଅତ୍ୟନ୍ତ ପାଖରୁ ସିନେତାରକାଙ୍କୁ ଦେଖି ବେଶ୍ ଖୁସି ଓ ଉଲ୍ଲାସ ହୋଇଥିଲେ।
ଏହାପରେ ଉପସ୍ଥିତ ଥିବା ପାଞ୍ଚ ଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟର ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ , ବକ୍ତୃତା ପ୍ରତିଯୋଗିତା , କୁଇଜ୍ ପ୍ରତିଯୋଗିତା , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପରେ ଉଦ୍ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ପାଇଁ କିଶୋର ନ୍ୟାୟ ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ରଣା , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ବେହେରା , ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଅତିଥି ମାନଙ୍କୁ ପିଲାମାନେ କୋଭିଡ଼ ସମୟରେ ଆଙ୍କିଥିବା ସୁନ୍ଦର ଚିତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପରିଶେଷରେ ଅତିଥି ଓ ପିଲାମାନଙ୍କ ଉପସ୍ଥିତିରେ ଏକ ଫାୟାର କ୍ୟାମ୍ପ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରକାଶ ଥାଉକି ଆଜିକାର କାର୍ଯ୍ୟକ୍ରମରେ କୃତିତ୍ତ୍ବ ହାସଲ କରିଥିବା ଶିଶୁ ମାନେ ରାଜ୍ୟସ୍ତରୀୟ ଉତ୍ସବ ରେ ଭାଗନେବାର ସୂଚନା ରହିଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା , ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା , ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା , ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ।

0
0
0
s2sdefault