ହେଡଲାଇନସ୍:

ଗତ ସପ୍ତାହେ ଭିତରେ ଚୋରି ହୋଇଗଲା 20 ରୁ ଅଧିକ ମୂଲ୍ୟବାନ ଗଛ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 
  • କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ

  • ଗଛ ଚୋରି ରେ ବିଭାଗୀୟ କର୍ମଚାରୀ ମାନଙ୍କର ସମ୍ପୃକ୍ତି ସନ୍ଦେହ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟେମରି ଜଙ୍ଗଲ ରୁ ନିୟମିତ ଭାବରେ ଶହ ଶହ ବର୍ଷ ର ପୁରୁଣା ମୂଲ୍ୟବାନ ଗଛ କାଟି ଚୋରା ଚାଲାଣ କରାଯାଉଛି । ଏଇ ଗତ ରବିବାର ଦିନ ଆମେ ଜଙ୍ଗଲ ବିଭାଗ ର ଜଙ୍ଗଲୀ ନୀତି ଶୀର୍ଷକ ଖବର ପ୍ରସାରଣ କରିଥିଲୁ । ଏହି ଖବର ରେ ଟେମରି ଗ୍ରାମ ଜଙ୍ଗଲ ରୁ ଗଛ ଚୋରି ହେଉଥିବା ଘଟଣା ବାବଦରେ ଉଲ୍ଲେଖ କରିଥିଲୁ । ଆଜି ସକାଳେ ଗ୍ରାମ ଆଖପାଖ ଅଞ୍ଚଳର କିଛି ଯୁବକ ଆମକୁ ଯୋଗାଯୋଗ କରି ଖବର ଦେଇଥିଲେ ଯେ ବିଗତ ପ୍ରାୟ ଚାରି ରୁ ପାଞ୍ଚ ମାସ ହେବ ଏହି ଅଂଚଳରୁ କ୍ରମାଗତ ଭାବରେ ଶହ ଶହ ବର୍ଷ ପୁରୁଣା ବଡ଼ ବଡ଼ କେନ୍ଦୁ ଗଛ କଟାଯାଇ ତାର ଗଣ୍ଡି ଚାଲାଣ କରାଯାଉଛି । ଗତ ଏକ ସପ୍ତାହ ଭିତରେ ଟ୍ରାକ୍ଟର ସାହାଯ୍ୟ ରେ 5 ରୁ ସାତ ଟ୍ରିପ ଗଛ ଗଣ୍ଡି ଚାଲାଣ ହୋଉ ସାରିଲାଣି । ଏହି ଗତ ସପ୍ତାହ ରେ ଟେମରି ଗ୍ରାମରୁ କଟା ଗଛ ସହିତ ଜଙ୍ଗଲ ବିଭାଗ ର ଅଧିକାରୀ ସୁଶାନ୍ତ ବଢ଼େଇ , ଜଣେ ସ୍ଥାନୀୟ ଓ ଅନ୍ୟ ତିନି ଜଣ ସୁଦୂର ଉତ୍ତର ପ୍ରଦେଶ ର ଏହିଭଳି ଚାରି ଜଣ ଙ୍କୁ ଗିରଫ କରିଥିଲେ ଓ ପରେ ସେମାନଙ୍କ କୋର୍ଟ କୁ ଚାଲାଣ କରିଥିଲେ ହେଲେ । ଉତ୍ତର ପ୍ରଦେଶ ର ଲୋକଙ୍କୁ ଟେମରି ଗ୍ରାମ ଜଙ୍ଗଲ ଭିତରୁ ଧାରା ଯିବା ଘଟଣା ଏହି ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ଭାବରେ ନୁଆଁ । ପ୍ରାପ୍ତ ସୂଚନା ମୁତାବକ ଜଙ୍ଗଲ ରୁ କାଠ ପଦ୍ମପୁର ବାଟ ଦେଇ ସିଧା କୋଲକାତା ବନ୍ଦର କୁ ଚାଲାଣ ହେଉଛି ଆଉ ସେଠାରୁ ସିଧା ବିଦେଶ । ଜଙ୍ଗଲ ରୁ ଗଛ କରିବା ପୂର୍ବରୁ ଚୋର ମାନେ ଗଛରେ ଏକ କଣା କରି ତାର ମାନ ପରୀକ୍ଷା କରି ଆବଶ୍ୟକତା ମୁତାବକ ଭଲ ଓ ପୁରୁଣା ଗଛ ସବୁ କାଟି ନେଇ ଯାଉଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଆଜି ଜଙ୍ଗଲ ର କିଛି ଅଞ୍ଚଳରେ ଖୋଜିବା ଭିତରେ ପ୍ରାୟ କୋଡିଏ ଗୋଟି ସଦ୍ୟ କଟା ଯାଇଥିବା ଗଣ୍ଡି ବିହୀନ ଗଛ ଦେଖିବାକୁ ମିଳିଥିଲା । ଗଛ ର ତଳ ଓ ଉପର ଭାଗ ମହଜୁଦ ଥିବା ବେଳେ ଗଣ୍ଡି ଗୟବ ଥିଲା । ଆମକୁ ସୂଚନା ପ୍ରଦାନ କରିଥିବା କିଛି ଯୁବକ କହିଲେ ଯେ ଗତ ରାତି ଏକ ଟ୍ରାକ୍ଟର ସାହାଯ୍ୟ ରେ ଗଛ ସବୁ ପାର ହୋଇ ଯାଇଛି । ଜଙ୍ଗଲ ର ଅନେକ ସ୍ଥାନରେ ଟ୍ରାକ୍ଟର ଟାୟାର ର ଚିନ୍ହ ସ୍ପଷ୍ଟ ଭାବରେ ଦେଖା ଯାଉଥିଲା ।
ଗଛ କଟା ଯାଇଥିବା ସ୍ଥାନ ଟି ମୁଖ୍ୟ ରାସ୍ତାରୁ ମାତ୍ର ପାଞ୍ଚ ଶହ ମିଟର ରୁ ଏକ କିଲୋମିଟର ଭିତରେ । ମନୋରଞ୍ଜନ ବାରିକ ନାମକ ଜଣେ ଫରେଷ୍ଟ ଗାର୍ଡ ଓ ମୁକୁନ୍ଦ ନାମକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ଅଞ୍ଚଳରେ ବିଭାଗ ତଟଫରୁ ମୁତୟନ ଅଛନ୍ତି । ଆଶ୍ଚର୍ୟ୍ଯ ର କଥା ଜଙ୍ଗଲ ଭିତରେ ଟ୍ରାକ୍ଟର ଚଳପ୍ରଚଳ କରୁଥିବା ଓ ବାହାର ରାଜ୍ୟ ରୁ ଲୋକ ଆସି ଜଙ୍ଗଲ ରୁ ମୂଲ୍ୟବାନ ଗଛ ସବୁ କାଟି ନେଇ ଯାଉଥିବା ଘଟଣା ଏମାନଙ୍କ ଅଜ୍ଞାତ ରେ କିପରି ସମ୍ଭବ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ । ସ୍ଥାନୀୟ ଲୋକେ କୋଣସି ଜଙ୍ଗଲ ଜାତ ଦ୍ରଵ କିମ୍ବା ଜାଳେଣି କାଠ ଅଣୁଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ ତାକୁ ଧରି ନାନା ପ୍ରକାର କାଏଦା କରୁଥିବା ବେକେ , ଏହି ବାହାର ରାଜ୍ୟର ଲୋକ ମାନେ ଜଙ୍ଗଲ ଭିତର କୁ ପଶି ମୂଲ୍ୟବାନ ବୃହତ ଗଛ ସବୁ କାଟି ନେଇ ଚାଲି ଯାଉଛନ୍ତି , ତାହା ଜାଣି ପାରୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହିତ , ଯଦି ତୁରନ୍ତ ପଦକ୍ଷେପ ନେଇ ଏହାକୁ ରୋକା ନ ଯାଏ ତେବେ ବିଭାଗ ଓ ବିଭାଗୀୟ ବେତନ ଭୋଗୀ ଅଧିକାରୀ ଙ୍କର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ପରିବେଶ ପ୍ରେମୀ ଙ୍କର ମନରେ ଆଘାତ ଦେବ ବୋଲି କହିଛନ୍ତି । ତୁରନ୍ତ ଏହି ବିଟ ର ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ ସେମାନଙ୍କ ଅପାରଗତା ଓ ଦାଇତ୍ୱ ହୀନତା ପାଇଁ ତାଙ୍କର କାର୍ଯ୍ୟ ରୁ ବହିଷ୍କାର ଜରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।।

0
0
0
s2sdefault