ଭୁବନେଶ୍ୱର,୧୭/୧୦/୨୦୨୩ : ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପରିକଳ୍ପନାା ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ଏକ ଦିଗଦର୍ଶନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ସ୍ୱସ୍ତି ପ୍ରିମିଅମ୍ ଠାରେ ଅନୁଷ୍ଠିତ ହୋଇଯାଇଛିା ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ, ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ୟାମିନୀ ଷଡ଼ଙ୍ଗୀ ଏବଂ ଓସେପା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଯୋଗଦେଇଥିଲୋ ପ୍ରଶିକ୍ଷଣ ସମୟରେ ସିବିଏସଇ ଆଞ୍ଚଳିକ ଅଫିସର ଶ୍ରୀ କେ ଶ୍ରୀନିବାସନ ସିବିଏସଇ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲୋ ଆଗାମୀ ସିବିଏସଇ ପରୀକ୍ଷାରେ ବିଦ୍ୟାଳୟମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି ଏସ୍ ଗୁରୁତ୍ୱାରୋପ କରିଥିଲୋ ଖାନ ଏକାଡେ଼ମୀର ଶ୍ରୀମତୀ ଶୁଭ୍ରା ମିତ୍ତଲ ଏବଂ ତାଙ୍କ ସାଥି Math Improvement କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲୋ
ଏହା ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ବିଭାଗୀୟ ସମୀକ୍ଷା କରାଯାଇଥିଲାା ଏହି କାର୍ଯ୍ୟକ୍ରମରେ ମୋଟ ୩୧୫ ଜଣ ଅଧ୍ୟକ୍ଷ ଯୋଗଦେଇଥିଲୋ ପରିଶେଷରେ Iconic OAVର ଅଧ୍ୟକ୍ଷ ଶ୍ରୀ ତନୁଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ପ୍ରଶିକ୍ଷଣ ଶିବିରରେ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲୋ








