ବଲାଙ୍ଗୀର : ପବିତ୍ର ହରିଶଙ୍କର ପୀଠ ପରିଦର୍ଶନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ହରିଶଙ୍କର ପରିସରରେ ନିର୍ମାଣ ହେଉଥିବା ପ୍ରବେଶ ଦ୍ବାର, ବ୍ୟାରେଜ୍ ଓ ସୁରକ୍ଷା ବନ୍ଧ, ପାର୍କିଂସ୍ଥଳୀ, ଭିୟୁ ପଏଣ୍ଟ, ବାଖ୍ୟା କେନ୍ଦ୍ର ଆଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୃସିଂହନାଥ ପୀଠର ଉନ୍ନତିକରଣ ସମତେ ହରିଶଙ୍କର ପୀଠର ବିକାଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ପରିଦର୍ଶନରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସମେତ ବିଶେଷଜ୍ଞ ସଦସ୍ୟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।
ରାଜ୍ୟ
ହରିଶଙ୍କର ପୀଠ ପରିଦର୍ଶନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ
- Hits: 327








