ଢ଼େଙ୍କାନାଳ / ରବିନ୍ ଦାସ ; ବିଜେଡ଼ି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମତିଥି ଅବସରରେ ରାଜ୍ୟ ସମେତ ଦେଶ ବିଦେଶରୁ ମଧ୍ୟ ଛୁଟିଛି ଶୁଭେଚ୍ଛା ର ସୁଅ । ସେହିପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବିଜେଡ଼ି କର୍ମୀ ସ୍ଥାନୀୟ ବୃଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଦ୍ଵିପ ପ୍ରଜ୍ବଳନ ସହ ଶୁଭକାମନା ମନାସିଛନ୍ତି । ଭୁବନ ଏନଏସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ଅଜୟ କୁମାର ସେଠୀ , ଅନାମ ସାହୁ , କୈଳାସ ସାହୁ ,ବିନୋଦ ବେହେରା , ଅଚ୍ୟୁତ ମଲ୍ଲିକ, ଟିକୁ ନାୟକ, କ୍ଷୀରୋଦ କୁମାର ସାହୁ , ଝରଣା ପୋଥାଳ, ପୁଷ୍ପଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ୭୮ ତମ ଜନ୍ମ ଜୟନ୍ତୀ ପାଳନ କଲା ଭୁବନ ବିଜେଡ଼ି
- Hits: 292








