ଜଗତସିଂହପୁର,ତା-୧୭.୧୦.୨୦୨୩/ସୁମନ୍ତ କୁମାର ଦାସ:ଓଡିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ଓଡିଶା ମୋ ପରିବାର ଏବଂ ଜୀବନବିନ୍ଦୁ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଶାରଦା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଜଗତସିଂହପୁର ବ୍ଲଡ଼ବ୍ୟାଙ୍କର କର୍ମଚାରୀମାନଙ୍କର ସହାୟତାରେ ସମୁଦାୟ ୧୦୦ ୟୁନିଟରୁ ଊର୍ଦ୍ଧ୍ବ ବ୍ଲଡ଼ ଏହି ରକ୍ତଦାନ ଶିବିରରେ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ପ୍ରିୟବ୍ରତ ମହାପାତ୍ର, ଜଗତସିଂହପୁର ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ଓ ଜଗତସିଂହପୁର ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଏବଂ ବିଜୁ ଜନତା ଦଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିବା ବେଳେ ବିଜୁ ଜନତା ଦଳର ଅନ୍ୟ ବହୁ ପ୍ରମୁଖ କର୍ମକର୍ତ୍ତାମାନେ ଏହି ଶିବିରକୁ ସୁଚାରୁରୂପେ ପରିଚାଳନା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର
- Hits: 414








