ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କର ରତ୍ନଅଳଙ୍କାରର ଗଣତି ଓ ମାରାମତି, ପୁରୀ ଜିଲ୍ଲା ଚାଷୀଙ୍କର ବେଦାନ୍ତ ଅଧିକୃତ ଜମି ଫେରସ୍ତ ଓ ପୁରୀର ସ୍ଥାନୀୟ ବାସିନ୍ଦାଙ୍କର ଭୂସମ୍ପତ୍ତି ସୁରକ୍ଷା ର ସ୍ଥାୟୀ ସମାଧାନ ଦାବିରେ ଗର୍ଜିଛି ରାଜ୍ୟ କଂଗ୍ରେସ। ରାଜ୍ଯ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଡାକରାରେ ପୁରୀରେ ରଣ ହୁଙ୍କାର ଦେଇଛି କଂଗ୍ରେସ । ୮ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ସୋମବାର ଏକ ବିଶାଳ ଜନସଭାର ଅନୁଷ୍ଠିତ ହୋଇଯାଇଅଛି । ଏହି ବିଶାଳ ସମାବେଶ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏ ହୋଇଥିଲା । ସମସ୍ତ କଂଗ୍ରେସ ନେତୃମଣ୍ଡଳି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଞ୍ଜନ ଦାସଙ୍କୁ ଦେଇଛି । ଆସନ୍ତା ୨୮ତାରିଖ ସୁଧା ଯଦି ଶ୍ରୀମନ୍ଦିର ଚାରିଦ୍ବାର ଯଦି ଭକ୍ତ ଙ୍କ ଉଦ୍ଦେଶ୍ୟରେ ଖୋଲାନଯିବ ତେବେ ରାଜ୍ୟରେ କଂଗ୍ରେସ ଆନ୍ଦୋଳନ ତୀବ୍ରତର କରାଯିବ ସହ ଭକ୍ତ ଓ ଭଗବାନ ଙ୍କ ମିଳନ ରେ ବାଧା ସୃଷ୍ଟିକାରି ଏ ଭ୍ରଷ୍ଟ ବିଜେଡ଼ି ସରକାର ବିରୋଧରେ ଓଡିଶା ବନ୍ଦ ଡ଼ାକରା ଦିଆଯିବ ବୋଲି ପିସିସି ଅଦ୍ଧକ୍ଷ ଶ୍ରୀ ପଟ୍ଟନାୟକ ଚେତାବନି ନେଛନ୍ତି ।
ଏହି ଜନ ସମାବେଶରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଚାର କମିଟି ଅଧକ୍ଷ,ବିଜୟ ପଟ୍ଟନାୟକ,ବିଧାୟକ ସୁର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଦାଶରଥି ଗମାଙ୍ଗ, ପୂର୍ବତନ ସଭାପତି ପ୍ରାସାଦ ହରିଚନ୍ଦନ, ଜୟଦେବ ଜେନା , ପୂର୍ବତ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ବିଜୟ ଲକ୍ଷ୍ମୀ ସାହୁ,ପୁର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ସୁରେଶ ମହାପାତ୍ର, ଶରତ ରାଉତ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ସସ୍ମିତ ବେହେରା,ନିରୁପମା ପାତ୍ର, ବାସନ୍ତୀ ସମଲ୍,ରାଜ୍ୟ ଉପ ସଭାପତି ଶିବାନନ୍ଦ ରାୟ, ଏଆଇସିସି ପୁର୍ବତନ ସମ୍ପାଦକ ବିଶ୍ବ ମହାନ୍ତି, ରାଜ୍ଯ ସାଧାରଣ ସମ୍ପାଦକ ବିଶ୍ବ ଦାସ,ସିଦ୍ଧାର୍ଥ ରାଉତରାୟ, ଅଭିଷେକ ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ଜଇ ନାରାୟଣ ପଟ୍ଟନାୟକ, ସୁଜିତ୍ ମହାପାତ୍ର, ରାଜ୍ୟ ସମ୍ପାଦକ ବିଶ୍ଵନାଥ ଦାସ, ନିରଞ୍ଜନ ରଥ, ବିଶ୍ୱକେଶନ ହରିଚନ୍ଦନ,ଟାଉନ ସଭାପତି (ଖ) ଅମରେନ୍ଦ୍ର ପାଇକରାୟ, ସଦର ବ୍ଲକ ସଭାପତି ରାମଚନ୍ଦ୍ର ସାହୁ,ବିନାୟକ ଦାସ ମହାପାତ୍ର, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରେମଜିତ ମହାନ୍ତି, ରଜତ ସାହୁ, ନୂତନ ଦାସ ମହାପାତ୍ର, ଶ୍ରୀବତ୍ସ ରଥ,ମହେଶ୍ୱର ଲେଙ୍କା ସୁକାନ୍ତ ପ୍ରଧାନ, ଯୁବ କଂଗ୍ରେସ ନେତା ଚେତନ ମିଶ୍ର, ଛାତ୍ର କଂଗ୍ରେସ ନେତା ବିଶ୍ବରଂଜନ ମହାପାତ୍ର, ମହିଳା କଂଗ୍ରେସ ବିଦୁଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର ,ଆଦର୍ଶ ମିଶ୍ର, ଆଲୋକ ଦାସ ଜିଲ୍ଲା ମୁଖପାତ୍ର ସ୍ଵାଧୀନ ପଣ୍ଡା ଆଦି ଉପସ୍ଥିତ ଥିଲେ।









