ହେଡଲାଇନସ୍:

ମଣ୍ଡଳ ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ ମିଶନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାକୁ ବିକଶିତ କରିବା ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ -ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟସ୍ ମିଶନ ୨୦୨୩ ନେମାଳ ସ୍ଥିତ ଅଚୁ୍ୟତାନନ୍ଦ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ଦାଶଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଉଦଘାଟନ କରିଥିଲା ବେଳେ ଏଥ୍ôରେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମୀନାରାୟଣ ରାଉତ ଓ ପାର୍ବତୀ ନନ୍ଦ ଯୋଗ ଦେଇଥିଲେ । ଏହାର ଉଦଯାପନୀ ଉତ୍ସବରେ ଗୋÂୀ ଶିକ୍ଷାଧିକାରୀ ଶ୍ରୀମତୀ ବେହେରାଙ୍କ ସଭାପତିତ୍ୱରେ ଏଥ୍ôରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମୁଖ୍ୟବକ୍ତା ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାକୁ ବିକଶିତ କରିବା ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଏବଂ ଶ୍ରୀ ବେହେରାଙ୍କ ସହ ସମ୍ମାନୀତ ଅତିଥି ଭାବେ ତହସିଲଦାର ଦିଲ୍ଲୀପ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚୁ୍ୟତାନନ୍ଦ ଦାସ, ସରପଂଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ଜିଲ୍ଲା ପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ,ବିପ୍ଳବ କାପ, ବିଳାସଚନ୍ଦ୍ର ଭୋଇ, ସମାଜସେବୀ ମନୋଜ ସେଠୀ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା । ପୂର୍ବତନ ସିଆରସିସି ସେକ୍ ମହମ୍ମଦ ଗୁଲାନ୍ ମେହେନ୍ଦୀ ହୁସେନ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସିଆରସିସି ଉମେଶ ଚନ୍ଦ୍ର ରାଉତ, ପୂର୍ବତନ ସିଆରସିସି ନୃସିଂହଚରଣ ମହାପାତ୍ର, ଗଗନବିହାରୀ ଚାନ୍ଦ, ଆଦିତ୍ୟ ପୁହାଣ, ପ୍ରଧାନଶିକ୍ଷକ ଦେବପ୍ରସାଦ କରଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault