ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଙ୍କର ଜନ୍ମଦିନ ରେ ରକ୍ତ ଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ 78 ତମ ଜନ୍ମଦିବସ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମଧ୍ୟମରେ ଏକ ବରଗଡ଼ ଜିଲ୍ଲା ସୋହେଲା ଠାରେ ମାନ୍ୟବର ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ତତ୍ୱବାଧାନ ରେ ଏକ ସ୍ୱେଚ୍ଛାକୃତ୍ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ସମାଜ ସେବୀ ତଥା ବିଜେଡ଼ି ଯୁବନେତା ଶ୍ରୀ ସୁବ୍ରତ ସିଂହ ଏବଂ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର ଯୋଗଦେଇ ଶିବିରର ଉଦଘାଟନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦିବ୍ୟ କିଶୋର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ବେହେରା, ଯୁବ ବିଜେଡ଼ି ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ତଥା ବିଜେଡ଼ି ଜିଲ୍ଲା ସୋସିଆଲ ମିଡ଼ିଆ ମୁଖ୍ୟଶ୍ରୀ ସୁରେଶ ବାଗ,ଶ୍ରୀ କାର୍ତ୍ତିକ ବାରିକ,ବରିଷ୍ଠ ନେତା ଶ୍ରୀ ଗଣତନ୍ତ୍ର ପ୍ରଧାନ, ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଶ୍ରୀ ଦୟାନିଧି ପଟେଲ, ସରପଂଚ ଶ୍ରୀ ସୁବୋଧ ପ୍ରଧାନ,ଶ୍ରୀ ହିରୋ ମାଝୀ, ସୋହେଲା ସରପଂଚ ନିଲୁ ଝାଙ୍କର, ଶ୍ରୀ ବିଜୟ କାଣ୍ଡ ,ସରପଂଚ ଶ୍ରୀ ଲୋକେଶ ସାହୁ ଏବଂ ଦଳୀୟ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 78ତମ ଜନ୍ମଦିନର କେକ୍ କାଟି ପାଳନ କେଇବା ସହିତ ରକ୍ତଦାନ କରୁଥିବା ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପଦମପୁର ରକ୍ତ ଭଣ୍ଡାର ର L.T ଶ୍ରୀ ସଂଗ୍ରାମ କେଶରୀ ମହନ୍ତ, ପପ୍ପୁ ମାଝୀ, ଶ୍ୟାମ ସୁନ୍ଦର ସାହୁ, ଗଣେଶ ପ୍ରଧାନ, ଜିତେନ୍ଦ୍ରିୟ ଗୁର୍ଲା ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବେହେରା ସମସ୍ତ ଆୟୋଜକ ତଥା ରକ୍ତଦାତା ମାନଙ୍କୁ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଓଡ଼ିଶାରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ତରଫରୁ କରାଯାଉଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ର ସଫଳତା ବାବଦରେ କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱବାଧାନ ରେ ଓଡିଶା ମୋ ପରିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ରକ୍ତ ଦାନ ଶିବିରର ଅୟୋଜନ କରି ରକ୍ତ ଭଣ୍ଡାର ଗୁଡିକର ଆବଶ୍ୟକତା ପୂରଣ କରିବା ର ପ୍ରୟାସ ଜାରି ରଖିଛି । ରକ୍ତର ଅଭାବ ରେ କୋଣସି ରୋଗୀର ଜୀବନ ହାନି ନ ହେଉ ଏହି ଲକ୍ଷ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ ରେ ଜୀବନ ବିନ୍ଦୁ କାର୍ଯକ୍ରମ ଆଗକୁ ଆହୁରି ଦ୍ରୁତ ଗତିରେ ଚାଲିବ ବୋଲି ମତ ରଖିଛନ୍ତି ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ।।

0
0
0
s2sdefault