ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମାରୱାଡି ସମାଜ ପଦ୍ମପୁର ଦ୍ୱାରା ଗତ ରବିବାର ଦିନ ମାରୱାଡି ଧର୍ମଶାଳା ରେ ମହାରାଜ ଅଗ୍ରଶେନ ଙ୍କ ଜୟନ୍ତୀ ଧୂମଧାମ ରେ ପାଳିତ ହୋଇଛି I ସକାଳ ୮ଟା ରେ ମହାରାଜ ଙ୍କ ଫଟୋଚିତ୍ର କୁ ପୂଜା କରି ପଦ୍ମପୁର ନଗର ପରିକ୍ରମା କରାଯାଇଥିଲା I ଶୋଭାଯାତ୍ରା ରେ ମାରୱାଡି ସମାଜ, ମାରୱାଡି ମହିଳା ସମିତି, ମାରୱାଡି ୟୁବାମଞ୍ଚ, ଜାଗୃତି ଶାଖା ର ସମସ୍ତ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ I ସନ୍ଧ୍ୟା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା I ମାରୱାଡି ସମାଜ ଅଧ୍ୟକ୍ଷ ଶ୍ରୀ ଅମରଦୀପ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ରେ ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ଓଡିଶା ପ୍ରାନ୍ତୀୟ ମାରୱାଡି ୟୁବାମଞ୍ଚ ଅଧକ୍ଷ୍ୟ ଶ୍ରୀ ପରାଗ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତି ସାବିତ୍ରୀ ବାଗ ଯୋଗଦାନ କରିଥିଲେ I ମଞ୍ଚରେ ଓଡିଶା ପ୍ରାନ୍ତୀୟ ମାରୱାଡି ସମ୍ମିଳନୀ ବରଗଡ ଜୋନ ସମ୍ପାଦକ ସୁନିଲ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତି ରାଜକୁମାରୀ ଅଗ୍ରୱାଲ, ସମ୍ପାଦକ ଏନି ଅଗ୍ରୱାଲ, ମାରୱାଡି ସମାଜ ସମ୍ପାଦକ ବଜରଙ୍ଗ ଗର୍ଗ, ମାରୱାଡି ୟୁବାମଞ୍ଚ ଅଧ୍ୟକ୍ଷ ସୋମନାଥ ଅଗ୍ରୱାଲ, ସମ୍ପାଦକ ଅମିତ ଅଗ୍ରୱାଲ, ମାରାୱାଡି ଜାଗୃତି ଅଧ୍ଯକ୍ଷା ସରିତା ଅଗ୍ରୱାଲ, ମାରୱାଡି ୟୁବାମଞ୍ଚ ଜାଗୃତି ସମ୍ପାଦିକା କନ୍ନୁପ୍ରିୟା ଅଗ୍ରୱାଲ ମଞ୍ଚାସିନ ଥିଲେ I ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ବିଜେତା ଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା I
ରାଜ୍ୟ
ପଦ୍ମପୁର ରେ ଅଗ୍ରସେନ ଜୟନ୍ତୀ ପାଳିତ l
- Hits: 253








