ଜମିରେ ଧାନ ଲଗାଇ ଚାଷି ହତାଷ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣୁପୁର ଅଞ୍ଚଳରେ ଅଭାବି ବର୍ଷା ଯୋଗୁଁ ଗୁଣୁପୁର କୃଷି ଜିଲ୍ଲାର ନରସିଂହ ମୁଣ୍ଡା ଅଞ୍ଚଳରେ ଧାନ ଜମି ଗୁଡିକ ଫାଟି ଆଁ ହୋଇ ରହିଛି। ଏହି ଅଞ୍ଚଳ ରେ ଚାଷି ମାନେ ଧାନ ଚାଷ କରି ପରିବାର ଭରଣପୋଷଣ କରିଥାନ୍ତି। ପ୍ରାୟ ୧୦୦ ଏକର ରୁ ଉର୍ଦ୍ଧ ଚାଷ ଜମିରେ ବର୍ତମାନ ପାଣି ନଥିବାରୁ ଧାନ ଗଛ ଗୁଡିକ ଏବେ ନଷ୍ଟ ହେବାରେ ଲାଗିଛି। ଧାନ ଜମିରେ ପାଣି ପହଞ୍ଚିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ବଡ ପୋଖରି ରହିଛି କିନ୍ତୁ ପାଣି କମ୍ ରହୁଥିବାରୁ ଜମିରେ ପାଣି ପହଞ୍ଚିପାରୁନି। ମେଗା ପ୍ରକଳ୍ପ ର ପାଇପ୍ ଲାଇନ ଚାଷ ଜମିରେ ଯାଇଛି କିନ୍ତୁ ଏହି ପାଇପ୍ ରେ ପ୍ରକଳ୍ପ ହେବାଠାରୁ ଚାଷି ଙ୍କ ନିମନ୍ତେ ପାଣି ଆସିପାରୁନି। ଜମିରେ ମେଗାପ୍ରକଳ୍ପ ର ପାଣି ପହଞ୍ଚିବା ପାଇଁ ଚାଷି ମାନେ ଅନେକ ଥର ପ୍ରକଳ୍ପ ଅଧିକାରି ନିବେଦନ କରିଛନ୍ତି କିନ୍ତୁ ଆଜି କାଲି କହି ପ୍ରକଳ୍ପ ଯାନ୍ତ୍ରିକ ତ୍ରୁଟି ରହୁଥିବା କହି ଚାଷି ଙ୍କୁ ଭୁଆଁ ବାଲାଉଛନ୍ତି ବୋଲି ଚାଷି ମାନେ ଅଭିଯୋଗ କରିଛନ୍ତି। ଚାଷି ମାନେ ଜମିରେ ଜଳ ଅଭାବ ଯୋଗୁଁ ହରଡଘଣାରେ ପଡିଛନ୍ତି। ମେଗା ପ୍ରକଳ୍ପ ର ପାଣି ଛାଡିବା ସହ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ରହିଥିବା ପୋଖରି ର ମରାମତି କରାଯାଇ ଚାଷି ମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।








