ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।:: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସୁବର୍ଣରେଖା ନଦୀରୁ ବିଳମ୍ବିତ ରାତ୍ରି ସମୟରେ ଭାରିଯାନ ହାଇୱା ମାନଙ୍କ ଦ୍ଵାରା ବେଆଇନ ବାଲି ଚାଲାଣ ହେଉଥିବାର ଖବର ପାଇ ଝାରପୋଖରିଆ ଥାନାର ପାଟ୍ରୋଲିଙ୍ଗ ଟିମ୍ ପାଣ୍ଡରା ନଦୀ ଘାଟରୁ ରୁଗୁଡିସାହି ରାସ୍ତାରେ ଚଢ଼ାଉ କରି ଧରପଗଡ କରିଥିଲେ। ପୁଲିସର ଚଢାଉ ବିଷୟରେ ସୂଚନା ପାଇ ଝାଡଖଣ୍ଡ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଥାଇ ୭ଟି ହାଇୱା ଗାଡି ଉକ୍ତ ରାସ୍ତା ପାର୍ଶ୍ଵ, ଜମି ଓ କେନାଲ କଡରେ ବାଲିସବୁ ବିକ୍ଷିପ୍ତ ଭାବରେ ଅନଲୋଡ କରିବା ସହ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଟିମ ହାତରେ ଧରା ପଡ଼ିଥିଲା ତତ୍ ସହିତ ଗାଡି ଚାଳକ ମାନଙ୍କ ମଧ୍ୟରୁ ଜଣେ ଲୁଚି ଖସିଯିବାକୁ ସମର୍ଥ ହୋଇଥିବା ବେଳେ ଅନ୍ୟ ୬ ଜଣ ଚାଳକଙ୍କୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଯାଞ୍ଚ ସମୟରେ ଚାଳକମାନେ କୌଣସି ପରମିଟ ତଥା ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଉପରୋକ୍ତ ୭ଟି ହାଇୱା ଯାହାର ରେଜିସଷ୍ଟେସନ ନମ୍ବର ଯଥା କ୍ରମେ JH05BE 8724, JH05BK 8724, JH05CU 8724, JH05BW 8283, JH20F 6843, JH05AL 2805 , JH05DD 7859 ଏବଂ ୬ଟି ମୋବାଇଲ ଫୋନ ଜବତ କରିବା ସହିତ ୬ଜଣ ଚାଳକଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ। ତେବେ ଘଟଣାର ସବିଶେଷ ତଦନ୍ତ ବେଳେ ଘଟଣାସ୍ଥଳ ପରିଦର୍ଶନ ସମୟରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଏହି ମାମଲାରେ ଝାରପୋଖରିଆ ଥାନା କେସ ନମ୍ବର ୨୪୭/୨୩ ରୁଜୁ କରାଯାଇ ୬ ଜଣ ଚାଳକ ଯଥା ପଶ୍ଚିମବଙ୍ଗର ମୁବାରକ ହୁସେନ (୨୭) ଓ ତବାରକ୍ ହୁସେନ (୩୦),ଝାରଖଣ୍ଡ ର ସୁନିଲ କୁମ୍ଭକାର (୨୮) ,ଏସ. କେ ସାହାବୁଦ୍ଦିନ (୩୬), ରେବତୀ ରମଣ ମହାନ୍ତ (୩୦) ଓ ଶିବା ମଛୁଆ (୧୯) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀଣୀ ଏସ. ଡି.ପି.ଓ. ସୁଶ୍ରୀ ଦାସ ସୂଚନା ଦେଇଛନ୍ତି।
ରାଜ୍ୟ
ବାଲି ବୋଝେଇ ହାଇୱା ଉପରେ ଚଢାଉ।
- Hits: 295








