ହେଡଲାଇନସ୍:

ମିଶାଇଲ୍ ମ୍ୟାନ୍ ଙ୍କ ଜନ୍ମଜୟନ୍ତୀ ଧୁମଧାମରେ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ପୂର୍ବତନ ମହାମହିମ ରାଷ୍ଟ୍ରପତି, ମିଶାଇଲ ମ୍ୟାନ ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଜନ୍ମ ଜୟନ୍ତି ଉତ୍ସବ ଭଞ୍ଜନଗର ଲଣ୍ଡେଇସାହିରେ ଧୁମଧାମରେ ପାଳନ ହୋଇଯାଇଛି।
ଗତ ଅକ୍ଟୋବର ୧୫ (ରବିବାର) ଦିନ ମିଶାଇଲ୍ ମ୍ୟାନ ଡ଼ଃ. ଏ. ପି. ଜେ ଅବଦୁଲ୍ କଲାମ୍ ଙ୍କ ଜୟନ୍ତୀ ଉତ୍ସବ ଭଞ୍ଜନଗର ଅନ୍ତର୍ଗତ ଲଣ୍ଡେଇ ସାହିର " କଲାମସ୍ ସ୍ମାର୍ଟ କୋଚିଙ୍ଗ୍ ଇନଷ୍ଟିଚ୍ୟୁଟ" ରେ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଲାଲ୍‌ସିଂ ସରପଞ୍ଚ ଶ୍ରୀ ଶିବରାମ ସାହୁ ଓ ସମାଜସେବୀ ତଥା ଯୁବ ସଂଗଠକ ଶ୍ରୀ ବିଷ୍ଣୁ ପ୍ରଧାନ ଯୋଗ ଦେଇ ଡ଼ଃ. କଲାମ ଙ୍କ ଫଟୋ ରେ ପୁଷ୍ପାଞ୍ଜଳି ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କରି ସୁଗୁଣ ଗାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ କଲାମ୍ ଙ୍କ ଭଳି ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହେବାପାଇଁ ଉଦ୍ବୋଧନ ଦେଇଥିଲେ |
ପରେ ପରେ ଭଞ୍ଜମାଟି ଭଞ୍ଜନଗରର ସ୍ଵନାମଧନ୍ୟ "ପ୍ରଜ୍ଞା ସଂଗୀତ ଓ ନୃତ୍ୟାୟନ କେନ୍ଦ୍ର" ର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶିକ୍ଷକ ଜଗନ୍ନାଥ ବେହେରା ଏବଂ ବିକ୍ରମ ବିଶ୍ୱାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଅନୁଷ୍ଠାନ ର ପରିଚାଳକ ଶ୍ରୀ ପ୍ରଭାତ କୁମାର ମହାରଣା ( ସମ୍ପାଦକ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault