ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ଖଣି ଖନନ କୁ ନେଇ ପରିବେଶ ଓ ପ୍ରଦ୍ୟୁଷଣ ବିଭାଗ ପକ୍ଷରୁ ଆଜି ସୁଙ୍ଗେର ଗ୍ରାମ ରେ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ କିଛିଲୋକ ବିରୋଧ ଭାସ କରିଥିବା ଦେଖିବାକୁ ମିଳିଥିବା ବେଳେ ପ୍ରଭାବିତ ପ୍ରାୟ ୨୪ ଖଣ୍ଡ ଗ୍ରାମବାସୀ ଖଣିଖନନ ସପକ୍ଷରେ ଲିଖିତ ଭାବେ ମତବ୍ୟକ୍ତ ଜଣାଇଥିବା ଜଣାପଡ଼ିଛି ।
ପ୍ରକାଶ ଥାଉକି କିଛିଦିନ ତଳେ ସରକାର ପକ୍ଷରୁ କାଶୀପୁର ବ୍ଲକ ଅନ୍ତର୍ଗତ ସିଜି ମାଳି ଓ କୂଟରୁ ମାଳି ଦୁଇ ବକ୍ସାଇଟ ଖଣି କୁ ଖନନ ସକାଶେ ବେଦାନ୍ତ ଓ ଆଦାନୀ କମ୍ପାନୀ କୁ ଲିଜ ପ୍ରଦାନ କରାଯାଇଥିଲା । ଆଗକୁ ଖଣି ଖନନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଜନଶୁଣାଣୀ ନିମନ୍ତେ ସପ୍ତାହ ବ୍ୟାପୀ ଅଞ୍ଚଳରେ ଡ଼ାକବାଜି ଦ୍ୱାରା ଜନସଚେତନତା ସୃଷ୍ଟି କରାଯାଉଥିଲା ।ସେ ନେଇ ଆଜି ପରିବେଶ ବିଭାଗ ପକ୍ଷରୁ ଆଞ୍ଚଳିକ ପ୍ରଦ୍ୟୁଷଣ ଓ ପରିବେଶ ଅଧିକାରୀ ଅଶୋକ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଙ୍କ ପୌରହିତ ରେ ସୁଙ୍ଗେର ଉଚ୍ଚ ବିଦ୍ୟାଳୟ ପରିସରରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ପ୍ରଭାବିତ ଅଞ୍ଚଳ ର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହିଥିବା ବେଳେ ବିଭାଗ ପକ୍ଷରୁ ସେମାନଙ୍କ ଠାରୁ ସକାଳ ୧୦ ଘଣ୍ଟା ଠାରୁ ପୂର୍ବାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ କିଛି ଲୋକ ଅଞ୍ଚଳରେ ଏଭଳି ଖନନ କାର୍ଯ୍ୟ ଜାରିରହିଲେ ଅଞ୍ଚଳ ର ଯୁବପିଢି କେରଳ, ତାମିଲ ନାଡୁ ଓ ଆନ୍ଦ୍ରା ଭଳି ଅନ୍ୟ ପ୍ରଦେଶ କୁ ଦାଦାନ ଖଟିବା କୁ ଯିବା ବନ୍ଦ ହେଇଯିବ ଯାହା ହାତପାନ୍ତା ରେ ରୋଜଗାର ସୃଷ୍ଟି ହେଇଯିବ ବୋଲି ମତପ୍ରକାଶ କରିଥିବା ବେଳେ ଅନ୍ୟ କିଛି ଲୋକ ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଜୀବନ ଶୈଳୀ ସହ ପରିବେଶ ପ୍ରଭାବିତ ହେବା କଥା ଯୁକ୍ତି ବାଡିଥିଲେ । ବାଦବିବାଦ ମଧ୍ୟରେ କାର୍ଯ୍ୟକ୍ରମ ସମାପ୍ତ ହେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସଫଳତାର ସହ କାର୍ଯ୍ୟକ୍ରମ ସମାପ୍ତ ହେଇଥିବା ମତପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ରେ ଜିଲ୍ଲା ପୋଲିସ ଆରକ୍ଷୀଅଧିକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ଥିବାବେଳେ, କାଶୀପୁର ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀ , ବିଡ଼ିଓ ମନୀଷା ଦାସ, କାଶୀପୁର ଥାନା ଅଧିକାରୀ ସୁର୍ଯ୍ୟ ପ୍ରକାଶ ନାଇକ , ସମେତ ସ୍ଥାନୀୟ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।








