ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖା ଆନୁକୂଲ୍ୟରେ ରୋଭର ଲିଡର ପି ଦୀପକ ରାଓ ଏବଂ ରେଞ୍ଜର୍ ଲିଡର ସ୍ନିଗ୍ଧା ରାଣୀ ଗୌଡ଼ଙ୍କ ନେତୃତ୍ୱରେ ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀ ଏବଂ କର୍ମଚାରୀ ମାନଙ୍କୁ ବିଶ୍ୱ ହାତଧୁଆ ଦିବସ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରାଯାଇଥିଲା । ପରିଷ୍କାର ଭାବେ ସର୍ବଦା ହାତ ଧୋଇବାର ଉପକାରୀତା ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କେତେ ହିତ ସାଧନ କରେ ସେହି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ ଓ କର୍ମଚ଼ାରୀ ମାନେ ହେଣ୍ଡ୍ ୱାସ୍ ଏବଂ ସାବୁନ ଦ୍ୱାରା ଦୃଷ୍ଟାନ୍ତ ମୂଳକ ଭାବେ ହାତ ସଫା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧ୍ୟାପକ କୁମୁଦ ଚନ୍ଦ୍ର ମହପାତ୍ର, ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ଏନ. ଏସ .ଏସ ଅଧିକାରୀ ଦୀପୁ ଭୁୟାଁ, ମହେଶ୍ଵର ରାଉତ, ଗଙ୍ଗାଧର ରଣା, ସ୍ୱରୂପା ରାଣୀ ବିଶ୍ୱାଳ, ସୀମାଞ୍ଚଳ ବିଶ୍ୱାଳ, ବୁଦ୍ଧି ରାମ ବିଶ୍ୱାଳ, ମହେଶ୍ଵର ଗୌଡ଼, ପଦ୍ମ ଚରଣ ନାୟକ,ରମେଶ ଚନ୍ଦ୍ର ବିଶୋଇ ଏବଂ ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

0
0
0
s2sdefault