ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶିକ୍ଷା ବିଭାଗ ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ସମ୍ମିଳନୀ ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଲଳିତେନ୍ଦୁ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ର ପରିବେଶ, ସୁବିଧା ସୁଯୋଗ ଏବଂ କୃତିତ୍ୱ ବିଷୟରେ ଆଲୋକପାତ କରିବା ସହ ଜୀବନ ଦକ୍ଷତା ର ବିକାଶ ପାଇଁ ଉତ୍ସାହିତ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁ ନୂତନ ଭାବରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗ କୁ ସ୍ବାଗତ ଜଣାଇ ସେମାନଙ୍କୁ ଜୀବନ ଦକ୍ଷତା ତଥା ସାମାଜିକ ମୂଲ୍ୟବୋଧ କିଭଳି ସୁସ୍ଥ ସାମାଜିକ ଜୀବନର ଏକ ମାପକାଠି ତାହା ଆଲୋକପାତ କରିଥିଲେ। ବିଭାଗୀୟ ଅଧ୍ୟାପକ ଡଃ ଭେଙ୍କଟେଶ୍ୱର ମେହେର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ସମସ୍ତଙ୍କୁ ଲକ୍ଷ୍ୟ ସ୍ଥିର କରି ବିଷୟବସ୍ତୁ ଗୁଡ଼ିକ ଉପରେ ବୋଧ ଜ୍ଞାନ ବିକାଶ କରିବାକୁ ଉତ୍ସାହିତ କରିଥିଲେ। ବିଭାଗୀୟ ଅଧ୍ୟାପିକା ସସ୍ମିତା ମେହେର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ପାଠପଢାରେ ମନ ଦେଇ ନିଜର ଲକ୍ଷ୍ୟ କୁ ହାସଲ କରିବା ପାଇଁ ଉଦବୋଧନ ଦେଇଥିଲେ। ଏହି ସଭା ଶେଷରେ ବିଭାଗର ଛାତ୍ରୀ ରାଖି ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ ହୋଇଥଲା।

0
0
0
s2sdefault