ହେଡଲାଇନସ୍:

"ଜାତୀୟ ଖେଳ ହକି ପ୍ରତି ସଚେତନତା ସୃଷ୍ଟି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ଖେଳ ହକି ପାଇଁ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ-ଉଦ୍ଦୀପନା ସୃଷ୍ଟି କରିବା ପାଇଁ ଏକ ସଭା ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ନିଜ ବକ୍ତବ୍ୟରେ ଅଧ୍ୟକ୍ଷା କହିଥିଲେ ଯେ, ଭାରତର ଜାତୀୟ ଖେଳ ହକି କିଭଳି ସାମ୍ପ୍ରତିକ ସମୟରେ ଲୋକପ୍ରିୟତା ଅର୍ଜନ ସହ ବିଶ୍ବସ୍ତରରେ ମଧ୍ୟ ଖେଳି ସଫଳତାର ସହ ସ୍ଵର୍ଣ୍ଣ ପଦକ ହାସଲ କରିପାରିଛି। ଯାହାକି ଆଜି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିପାରିଛି। ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କିଭଳି ସଫଳତାର ସହ ରାଜ୍ୟରେ ହକି ଖେଳର ଆୟୋଜନ କରି ବିଶ୍ବ ପ୍ରଶଂସିତ ହୋଇଥିଲେ , ତେଣୁ ଆଜିର ଯୁବ ପିଢ଼ି ମଧ୍ୟ ହକି ଖେଳ ପ୍ରତି ଶ୍ରଦ୍ଧା ଓ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ।
ଶେଷରେ ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ହକି ଖେଳ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

0
0
0
s2sdefault