ହେଡଲାଇନସ୍:

ଭଞ୍ଜନଗରରେ ଜିଲ୍ଲାପାଳ-ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗରରୁ (ଉଦୟନାଥ ପଣ୍ଡା):ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୧୨୮ ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ ୧୧୬ ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୧୨ ଟି ଥିଲା,ଜିଲ୍ଲାପାଳ ତ୍ୱରିତ ୧୩ ଟି ଅଭିଯୋଗର ଫଇସଲା କରିଥିଲେ। ଆଜିର ଅଭିଯୋଗ ସମୟରେ ଜିଲ୍ଲାପାଳ ୧୦ ଜଣଙ୍କୁ (ଭିନ୍ନକ୍ଷମ ଏଂବ ବାର୍ଦ୍ଧକ୍ୟ )ଭତ୍ତା ପ୍ରଦାନ ସହିତ ଜଣ କୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ସହାୟତା ପାଣ୍ଠିରୁ ରୁ ଜଣକୁ ୧୫୦୦୦ ଟଙ୍କା ହିସାବରେ ଦୁଇ ଜଣଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ,ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭି, କୀର୍ତିଭାସନ ,ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ,ଭଞ୍ଜନଗର , ଏସ.ଡ଼ି.ପି.ଓ. ଶ୍ରୀ ବିଶ୍ୱାମିତ୍ର ହରପାଲ , ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଂଜନଗର ବି.ଡ଼ି ଓ. ଶ୍ରୀ ଶଶିଭୂଷଣ ମହାପାତ୍ର, ,ଭଂଜନଗର ତହସିଲଦାର ଶ୍ରୀ ଅଚ୍ୟୁତା ନନ୍ଦ ଯାନୀ,ବିଜ୍ଞାପିତ ଅଞ୍ଚଳ ଭଂଜନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର ,ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଭଗବାନ ପୂଜାରୀ ,ଡେପୁଟି କଲେକ୍ଟର ଶ୍ରୀ କଳାକାହ୍ନୁ ପ୍ରଧାନ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଏଷ୍ଟା ବ୍ଲିଶମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀ ଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଖବର ଦାତାଙ୍କ ସହିତ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ର ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l

0
0
0
s2sdefault