ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା:ଶ୍ରେଷ୍ଠ ବିଜେତାଙ୍କୁ ୧୧ ହଜାର ଟଙ୍କା ଏବଂ ‘ନୟାଗଡ଼ ସଙ୍ଗୀତ କଲୋଳ’ଉପାଧି ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାର ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ ‘ସଙ୍ଗୀତଧାରା’ ଏବଂ ‘ନୟାଗଡ଼ ନାରିକ ମଞ୍ଚ’ ମିଳିତ ଅନୁକୁଲ୍ୟରେ ରବିବାର ସନ୍ଧ୍ୟାରେ ପୁରୁଣା ସହରସ୍ଥିତ ବଡ଼ମଠ ପରିସରରେ ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଧାରରେ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗୀତାର ଆୟୋଜନ କରାଯିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳକୁ ନେ୍‌ଇ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ୧୪ରୁ ୨୪ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀମାନଙ୍କ ପାଇଁ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଆଗାମୀ ଜାନୁଆରୀ ମାସରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଶ୍ରେଷ୍ଠ ବିଜେତାଙ୍କୁ ନଗଦ ୧୧ହଜାର ଟଙ୍କା ସ୍ମାରକୀ ଏବଂ ‘ନୟାଗଡ଼ ସଙ୍ଗୀତ କଲୋଳ-୨୦୨୪’ଉପାଧିରେ ଭୂଷିତ କରାଯିବ । ଦ୍ୱିତୀୟ ବିଜେତାଙ୍କୁ ୫ହଜାର ଏବଂ ତୃତୀୟ ବିଜେତାଙ୍କୁ ୩ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ । ଆଲୋଚନାରେ ଅଂଶ ଗ୍ରହଣ କରି ନୟାଗଡ଼ ନାଗରିକ ମଞ୍ଚସଭାପତି ତଥା ସଙ୍ଗୀତଧାରା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ସାହୁ,ଉପସଭାପତି ନିର୍ମଳ ଶୂରଦେଓ,ସୂରଗନ୍ଧର୍ବ ନବକିଶୋର ମିଶ୍ର,ନାଟ୍ୟଗୁରୁ ପ୍ରଭାତ ଦାଶ, ଦାମୋଦର ସାହୁ,ବସନ୍ତ କୁମାର ମିଶ୍ର,ଶେଖ ଅବଦୁଲ ଖାଲିକ,ରାଜେନ୍ଦ୍ର ପାଣିଗ୍ରାହୀ,ପ୍ରଶାନ୍ତ ଦାସ,ମିଷ୍ଟର କାଳିଆ,ପ୍ରଦୀପ୍ତ ରଥ,ରଜନୀକାନ୍ତ ମହାପାତ୍ର,ବିଜୟାନନ୍ଦ ମହାପାତ୍ର,ରଂଜନରଶ୍ମି ଜେନା,ଅଶୋକ ମଲ୍ଲ,ଅମୀୟ କର,ପ୍ରଦ୍ୟୁମ୍ନ ନନ୍ଦ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରି ଗଠନମୂଳକ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ସଙ୍ଗୀତଧାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault