ଜଗତସିଂହପୁର,ତା-୧୫.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆଠାରେ ଉଦଯାପିତ ହୋଇଯାଇଛି l ଦୁଇ ସପ୍ତାହ ବ୍ୟାପି ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ, ଶିକ୍ଷାନୁଷ୍ଠାନ, ବଜାର, ଛକ ମଧ୍ୟରେ ସଚେତନତା ରଥ ପରିକ୍ରମା କରିବା ସହ କୁଇଜ ପ୍ରତିଯୋଗିତା, କଲଚରାଲ ପ୍ରୋଗ୍ରାମ, ୱାକଥନ, ସାକ୍ଲୋଥନ ଜରିଆରେ ଜନସାଧାରଣମାନଙ୍କୁ ସଚେତନ କରାଯାଇଥିଲା l ବରିଷ୍ଠ ନାଗରିକ, ମହାବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କୁ ନେଇ ୱାକଥନ ଆୟୋଜିତ କରାଯାଇଛି l ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ସକାରାତ୍ମକ ମତାମତ ପ୍ରାପ୍ତ ହୋଇଛି l ସମାପନ ଦିବସରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ସହଯୋଗ କରିଥିବା ଅଧ୍ୟକ୍ଷ, ଅଧ୍ୟାପକମାନଙ୍କୁ ସମ୍ମାନ କରିଥିଲେ l ଆଦି ଉତ୍କଳ ଭାରତୀ କଳାପ୍ରତିଷ୍ଠାନ, ନାଉଙ୍ଗା ଓ ଜ୍ଞାନ କଳାପ୍ରତିଷ୍ଠାନ,ଆଳିପିଙ୍ଗଳର କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଜିଲ୍ଲାର ବିଶିଷ୍ଠ କଳାକାର ଶ୍ରୀ ସରଣାରବିନ୍ଦ ଓଝାଙ୍କୁ ସମ୍ମାନ କରିଥିଲେ l ଏହି କାର୍ଯ୍ୟକ୍ରମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ l ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ପ୍ରଦୀପ କୁମାର କେରକେଟା, ଆର.ଆଇ ଉମାକାନ୍ତ ବେହେରା ଏସ.ଡି.ପି.ଓ ରମେଶ ଚନ୍ଦ୍ର ସିଂ, ୟୁକୋ ବ୍ୟାଙ୍କ ଜେନେରାଲ ମ୍ୟାନେଜର, ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ବାପୁଜୀ ସୁବୁଦ୍ଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଜଗତସିଂହପୁର ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ଉଦଯାପିତ
- Hits: 459








