ହେଡଲାଇନସ୍:

ଶ୍ରୀ ସିଦ୍ଧ ମହାବୀର ପୀଠ ଓ ମହେନ୍ଦ୍ରଗିରି ବସ୍ତି ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବୀଙ୍କ ଆଗମନ ବିଭିନ୍ନ ରୂପରେ ଧରାପୃଷ୍ଠରେ ଅବତରଣ କରନ୍ତି । ୟା ଦେବୀ ସର୍ବେଭୂତେଷୁ.....। ରବିବାର ଦିନ ନବରାତ୍ରିଙ୍କ ପ୍ରଥମ ଦିବସ ଅବସରରେ ଶାନ୍ତି ନଗର , ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି ପ୍ରମୋଦ ମିଶ୍ର ଏବଂ ଶନିବାର ଦିନ ମହେନ୍ଦ୍ରଗିରି ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି ତୁଷାର ପାତ୍ର ଲକ୍ଷ୍ମୀ ନଗର ଠାରେ ମହାଳୟା ଅମାବାସ୍ୟା ଏବଂ ନବରାତ୍ରି ସମ୍ପର୍କରେ ସେହି ଅଞ୍ଚଳର ଶିଶୁ ମାନଙ୍କୁ ଅବଗତ କରାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବାଳମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ସହଯୋଗ କରିବା ସହ ମା ଜଗତ ଜନନୀଙ୍କ ନିକଟରେ ଶିଶୁମାନଙ୍କର ସୁରକ୍ଷା ଓ ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।

0
0
0
s2sdefault