ବରଗଡ଼ :- ପାଇକମାଲ ବ୍ଳକ ଅଫିସ ସଭାଗୃହରେ ମିଶନଶକ୍ତି ମହିଳା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବେ ଯୋଗ ଦେଇ ଥିଲେ l ପ୍ରଥମେ ମିଶନ ଶକ୍ତି ମହିଳା ଙ୍କ ତରଫରୁ ଅତିଥିଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା ପରେ ବିଧାୟିକା ଶ୍ରୀମତୀ ବରିହା ଓ ଡଃ ବକ୍ସିପାତ୍ର ବ୍ଳକର ମିଶନ ଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ସିଡିପିଓ ଅନିତା ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ବୈଠକରେ ବିଧାୟିକା ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଡଃ ବକ୍ସିପାତ୍ର ରାଜ୍ୟ ସରକାର ଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ମିଶନ ଶକ୍ତି କାଫେ ଓ ମିଲେଟ କାଫେ ପରିଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏମ୍ବିକେ, ସିଆରପି, ବି ପି ଏମ୍, ବ୍ୟାଙ୍କ୍ ମିତ୍ର ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ l









