ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଅର୍ଥନୀତି ବିଭାଗ ର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କର କେରିଅର୍ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ l ଅଧ୍ୟକ୍ଷ ଡଃ ନାୟକ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳା ଏବଂ ମୂଲ୍ୟଯୁକ୍ତ ଜ୍ଞାନ ସମ୍ପର୍କରେ ବିସ୍ତିର୍ଣ୍ଣ ଭାବରେ ଉଦବୋଧନ କରିଥିଲେ l ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଶୁଶୃତ ହୋତା, ଲଲାଟେନ୍ଦୁ ପଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅର୍ଥନୀତି ସମ୍ମାନର ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଭାଗ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ମିଷ୍ଟର ଫ୍ରେସ୍ ଭାବରେ ଉମେଶ ସାହୁ ଏବଂ ମିସ୍ ଫ୍ରେସ୍ ଭାବରେ ପ୍ରିୟଙ୍କା ନାଏକ ଙ୍କୁ ଚୟନ କରାଯାଇଥିଲା l ତନୁଜା, ମନିଷା, ବର୍ଷା, ସୁଜାତା, ରାଖି, ଶିବମ, ମାନବ, ଅଙ୍କିତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଶେଷରେ ଶେଷ ବର୍ଷ ଛାତ୍ରୀ ତନୁଜା ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l
- Hits: 524








